ମନି ପର୍ସରେ ଏହିସବୁ ସାମଗ୍ରୀ ରଖିଲେ ଧନ ବଢ଼ିଥାଏ

ଆମେ ମନି ପର୍ସରେ ସାଧାରଣତଃ ସମସ୍ତେ ଟଙ୍କା ରଖି ଥାଉ। ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ପର୍ସରେ ନିମ୍ନୋକ୍ତ ସାମଗ୍ରୀ ରଖିବା ଦ୍ୱାରା ଅଧିକ ଧନପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ କ’ଣ…
୧. ଅଶ୍ୱସ୍ତ ପତ୍ର : ପର୍ସରେ ସର୍ବଦା ଗୋଟିଏ ଅଶ୍ୱସ୍ତ ପତ୍ର ରଖିବା ଦରକାର। କୁହାଯାଏ ଭଗବାନ ବିଷ୍ଣୁ ଅଶ୍ୱସ୍ତ ଗଛରେ ବାସ କରିଥାଆନ୍ତି। ସେଥିପାଇଁ ଅଶ୍ୱସ୍ତ ପତ୍ରକୁ ଛିଣ୍ଡାଇ ତାକୁ ସଫା କରି ପର୍ସରେ ରଖନ୍ତୁ। ଏହା ଶୁଖିଗଲା ପରେ ଏହାକୁ ବାହର କରି ନୂତନ ପତ୍ର ରଖନ୍ତୁ। ଏମିତି କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।
୨.ଶ୍ରୀଯନ୍ତ୍ର: ପର୍ସରେ ଶ୍ର୍ରୀଯନ୍ତ୍ର ରଖିବା ବି ଶୁଭ ବୋଲି ଧରାଯାଇଥାଏ। ଏହାକୁ ରଖିବା ଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଏତଦ୍‌ବ୍ୟତୀତ ଏହି ଯନ୍ତ୍ରଙ୍କୁ ଯେଉଁଠାରେ ରଖାଯାଏ ସେଠାରେ ମହାଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି କୁହାଯାଏ।
୩. କଉଡ଼ି ବା ଶାମୁକା: ପର୍ସରେ କଉଡ଼ି ଓ ଶାମୁକା ରଖିଲେ ଧନ ପ୍ରାପ୍ତି ହେବା ସହିତ ସୁଖ-ଶାନ୍ତି ବୃଦ୍ଧି ହୋଇଥାଏ । ପର୍ସ ବ୍ୟତୀତ ଟ୍ରେଜେରିରେ କଉଡ଼ି ଓ ଶାମୁକା ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।


୪: ପଦ୍ମ: ପର୍ସରେ ଲାଲ କପଡ଼ାରେ ପଦ୍ମପତ୍ର ବା ଚେର ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ। ଶାସ୍ତ୍ର ଅନୁସାରେ ଲକ୍ଷ୍ମୀ ପଦ୍ମରେ ବାସ କରନ୍ତି। ଏଥିପାଇଁ ପର୍ସରେ ଏହାକୁ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି।

ସମ୍ବନ୍ଧିତ ଖବର