ରାସ୍ତା କଡ଼ରେ ମିଳୁଥିବା ମକା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ବିଶେଷ କରି ଏବେ ମିଠା ମକାର ଚାହିଦା ଅଧିକ । ଆଜିକାଲି ଲୋକମାନେ ବାହାରକୁ ବୁଲି ଗଲେ ମିଠା ମକାକୁ ଖାଇବାକୁ ପସନ୍ଦ କରୁଛନ୍ତି । ବିଶେଷ କରି ବର୍ଷାଦିନେ ଲୋକମାନେ ବାହାରକୁ ଗଲେ ମକା ଖାଇବାର ମଜା ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ! ଏହା ପାଟିକୁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ବର୍ଷାଦିନେ ଏହାକୁ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ବର୍ଷଦିନେ ମକା ନଖାଇବାର ୩ଟି କାରଣ...
୧.ରାସ୍ତାକଡ଼ରେ ମିଳୁଥିବା ମକାରେ ମାଛି ବସୁଥିବାରୁ ସେଥିରେ ବିଭିନ୍ନ ପ୍ରକାରର ବ୍ୟକ୍ଟେରିଆ ରହିଯାଇଥାଏ । ଯଦି ଆପଣ ସେହି ବ୍ୟାକ୍ଟେରିଆ ବସିଥିବା ମକାକୁ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି ହେବାର ଆଶଙ୍କା ବଢ଼ି ଯାଇଥାଏ ।
/sambad/media/post_attachments/wp-content/uploads/2018/07/16_56_426203070roadside-bhutta-ll-300x160.jpg)
୨.ବର୍ଷାଦିନେ ମକାର ବିକ୍ରି ଅଧିକ ହେଉଥିବାରୁ ମକା ବିକାଳି ମକାକୁ ଭଲ ଭାବରେ ସଫା କରିବାକୁ ସମୟ ପାଆନ୍ତି ନାହିଁ । ଏହା ସହ ମକାକୁ ସେକିବା ପାଇଁ ଯେଉଁ ପାତ୍ରର ବ୍ୟବହାର କରାଯାଏ ତାହା କୋଇଲାରେ ଘୋଡ଼ା ଯାଇଥିବାରୁ କର୍କଟ ରୋଗ ହେବାର ଆଶଙ୍କା ଥାଏ ।
/sambad/media/post_attachments/wp-content/uploads/2018/07/16_56_583763070sweet-corn-ll-300x225.jpg)
୩.ମକା ଉପରେ ଉପରେ ଲେମ୍ବୁର ରସ ଏବଂ ମସଲା ପକାଇବା ପରେ ଏହାର ସ୍ୱାଦ ବଢ଼ି ଯାଇଥାଏ । କିନ୍ତୁ ବ୍ୟବହାର କରାଯାଉଥିବା କଟା ଲେମ୍ବୁ ସେଭଳି ଭାବରେ ବାହାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥାଏ । ଯାହାକୁ ମକାରେ ଚିପୁଡ଼ି ଖାଇଲେ ରୋଗ ସୃଷ୍ଟି ହୋଇଥାଏ ।