ଛୋଟ ଛୋଟ କଥାକୁ ନେଇ ମୁଡ୍‌ ଖରାପ କରିବା ବା ଚିଡ଼ିବା ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ! ଏହି ଉପାୟ ଅବଲମ୍ବନ କଲେ ହେବନି ଆପଣଙ୍କର ମୁଡ୍‌ ଖରାପ୍‌!

ପ୍ରାୟତଃ ଲୋକମାନେ କହିଥା’ନ୍ତି କି ସେମାନଙ୍କ ମନ କେବେ ବି ସ୍ଥିର ରହୁନି, ବରଂ କୌଣସି ନା କୌଣସି ଛୋଟ ଛୋଟ କଥାକୁ ନେଇ ସେମାନଙ୍କ ମୁଡ୍‌ ଖରାପ ହେଇଯାଉଛି। ତେବେ, ଏହି ଉପାୟ ସବୁ ଆପଣଙ୍କ ମୁଡ୍‌କୁ ଖରାପ ହେବାରୁ ଦୂରେଇ ରଖିପାରେ….

୧- ଅତି ସମ୍ବେଦନଶୀଳ ହୁଅନ୍ତୁ ନାହିଁ:
ଯଦି ଆପଣଙ୍କର ସ୍ୱଭାବ ଅତିସମ୍ବେଦନଶୀଳ ହୋଇଥାଏ, ତେବେ ଆପଣ ପ୍ରତ୍ୟେକଟି କଥାକୁ ନେଇ ବହୁତ ଅଧିକ ଭାବିବାକୁ ଲାଗନ୍ତି। ଯାହା କି ଆପଣଙ୍କ ମୁଡ୍‌କୁ ଅଯଥାରେ ଖରାପ କରିବାର ଏକ କାରଣ ପାଲଟିଥାଏ। ଆପଣଙ୍କ ମୁଡ୍‌ ଯଦି ବାରମ୍ବାର ଖରାପ ହେଉଥାଏ, ତେବେ ଖୁବ୍‌ଶୀଘ୍ର ଆପଣ ମାନସିକ ଅସ୍ଥିରତାର ଶିକାର ହୋଇପାରନ୍ତି। ଏପରି ହେଉଥିଲେ, ଆପଣଙ୍କୁ ଆପଣଙ୍କ ନିଜ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରିବା ସହ ଭାବନାର ଆବେଗ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପଡ଼ିବ।

୨- ନିଜ ବିଚାର ଉପରେ ପରୀକ୍ଷଣ କରନ୍ତୁ:
ତେବେ ଯେଉଁ ମୁହୂର୍ତ୍ତରେ ଆପଣଙ୍କୁ ଲାଗୁଛି କି, ଆପଣ ଆପଣଙ୍କ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ଅସମର୍ଥ ହେଉଛନ୍ତି ଏବଂ ବିନା କାରଣରେ ଏଣୁ ତେଣୁ କଥା ଉପରେ ଅଧିକ ଭାବୁଛନ୍ତି; ତେବେ, ସେ କ୍ଷେତ୍ରରେ କିଛି ସମୟ ପାଇଁ ଆପଣ ସେହି କଥାକୁ ଚିନ୍ତା କରିବା ଛାଡ଼ି ଦିଅନ୍ତୁ। ଅନ୍ୟ ବିଷୟ ବା କଥା ଉପରେ ନିଜ ଧ୍ୟାନକୁ କେନ୍ଦ୍ରିତ କରିବାକୁ ଚେଷ୍ଟା କରନ୍ତୁ। ଏପରି ଚେଷ୍ଟା କରିବା ଦ୍ୱାରା ଆପଣ ସେହି କାରଣଟିକୁ ଅତି ସହଜରେ ଧରିପାରିବେ, ଯେଉଁ କାରଣକୁ ନେଇ ଆପଣ ସର୍ବଦା ଆପଣଙ୍କର ମୁଡ୍‌କୁ ଅଯଥାଟାରେ ଖରାପ କରୁଥିଲେ?

୩- ଅନ୍ୟାନ୍ୟ ଗତିବିଧି ଉପରେ ଆପଣଙ୍କର ମନ ଲଗାନ୍ତୁ:
ଏଥିସହିତ ଆପଣଙ୍କୁ ସବୁଠୁ ଅଧିକ କ’ଣ ଭଲଲାଗୁଛି? ବା ଏମିତି କେଉଁ ଜିନିଷ ରହିଛି ଯାହାକୁ ଦେଖିଲା କ୍ଷଣି ଆପଣଙ୍କର ମୁଡ଼୍‍ ଠିକ୍‌ ହୋଇଯାଉଛି ତାକୁ ଖୋଜି ବାହାର କରନ୍ତୁ। ମୁଡ୍‌ ଖରାପ ଥିବା ସମୟରେ କ’ଣ ଖାଇଲେ ବା କ’ଣ କଲେ ଆପଣଙ୍କୁ ଖୁସି ଲାଗୁଛି ତାକୁ ମଧ୍ୟ ଖୋଜି ବାହାର କରନ୍ତୁ। ତେବେ ଆପଣଙ୍କୁ ଯାହକିଛି ଭଲଲାଗୁଛି ବା ଆପଣଙ୍କୁ ଖୁସି ଦେଉଛି ତା’କୁ ଯଦି ଆପଣ ନିଜର ଜୀବନଶୈଳୀରେ ଆପଣାଇ ପାରନ୍ତି ତ ତେବେ ଆପଣଙ୍କ ମୁଡ଼୍‍ ପରିବର୍ତ୍ତନକୁ ନିଜ ନିୟନ୍ତ୍ରଣରେ ରଖିପାରିବେ! ତେବେ ଏହି ଗିତବିଧି ଦ୍ୱାରା ବ୍ୟକ୍ତି ଶରୀରରେ ‘ଫିଲ୍‌ ଗୁଡ଼୍‍ ହାର୍ମୋନ୍‌’ ନିର୍ଗତ ହୋଇଥାଏ, ଯାହାକି ବ୍ୟକ୍ତିର ମନରେ ସକାରାତ୍ମକ ଭାବନା ଆଣି ଦେଇଥାଏ।

୪- ଅବଚେତନ ମନକୁ ବୁଝନ୍ତୁ:
ଏତଦ୍‌ବ୍ୟତୀତ ବହୁତ ଥର ମଧ୍ୟ ଏମିତି ବି ପରିସ୍ଥିତି ଆସିଥାଏ, ଯେଉଁ ପରିସ୍ଥିତିରେ କି ଆମେ କୌଣସି ଏକ ବିଷୟ ବା କାର୍ଯ୍ୟ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବାକୁ ବହୁତ ଚେଷ୍ଟା କରୁ। ହେଲେ ଏହାଭିତରେ ଆମର ମସ୍ତିଷ୍କ ଆମକୁ ଅବଚେତନ ପ୍ରକ୍ରିୟାରୁ ଭିନ୍ନ-ଭିନ୍ନ ପ୍ରକାରର ସଂକେତ ଦେଇଥାଏ। ଏହି ସଂକେତ ହିଁ ଜଣାଇଥାଏ କେଉଁଟା ଠିକ୍‌ ଆଉ କେଉଁଟା ଭୁଲ୍‌। ଆଉ ଯଦି ଆପଣ ବି ଆପଣଙ୍କର ଅବଚେତନ ମନର ସଂକେତକୁ ବୁଝି ପାରୁଛନ୍ତି ତ, ତେବେ ଆପଣଙ୍କୁ ଏହା ଅନୁମାନ ହୋଇଯିବ
କି ଆପଣ ବର୍ତ୍ତମାନ କ’ଣ କରୁଅଛନ୍ତି ଏବଂ ଆପଣଙ୍କୁ କ’ଣ କରିବାର ଆବଶ୍ୟକତା ରହିଛି?

ଏହିଭଳି ଭାବେ ଆପଣ ଆପଣଙ୍କର ମନକୁ ସ୍ଥିର ରଖିପାରନ୍ତି ଏବଂ ଆପଣଙ୍କ ମୁଡ଼୍‍ରେ ଶୀଘ୍ର-ଶୀଘ୍ର ଆସୁଥିବା ପରିବର୍ତ୍ତନକୁ ମଧ୍ୟ ଦୂର କରିପାରନ୍ତି!

ସମ୍ବନ୍ଧିତ ଖବର