ଦିନକୁ ୩ କିମ୍ବା ୪, ଜାଣନ୍ତୁ ତା’ଠାରୁ ଅଧିକ କାକୁଡି ଖାଇଲେ କ’ଣ ହୁଏ ?

ଶରୀରରେ ପାଣିର ସନ୍ତୁଳନ ରକ୍ଷା କରିବା ପାଇଁ ସବୁଦିନ ଖାଦ୍ୟ ଗ୍ରହଣ ସମୟରେ କାକୁଡି ଖାଇବା ଆବଶ୍ୟକ । କାକୁଡିରେ କମ୍‌ ପରିମାଣର କ୍ୟାଲୋରି ଏବଂ ପୋଷକ ତତ୍ତ୍ୱ ରହିଛି । ପୁଣି ସାଲାଡ୍‌ରେ ପକାଇଲେ, ଏହାର ସ୍ୱାଦ ବଢିଥାଏ । କାକୁଡିରେ ମାତ୍ରାଧିକ ଜଳୀୟ ଅଂଶ ଥିବାରୁ ଏହାକୁ ଓଜନ ହ୍ରାସ ଲାଗି ନିୟମିତ ସେବନ କରାଯାଇଥାଏ। କିନ୍ତୁ ଓଜନ ହ୍ରାସ ପାଇଁ ଲୋକମାନେ ଆବଶ୍ୟକ ଠାରୁ ଅଧିକ ଏହାର ଉପଯୋଗ କରୁଛନ୍ତି । ଫଳରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେଉଛି ବୋଲି ଏକ ଗବେଷଣାରୁ ଜାଣିବାକୁ ମିଳିଛି।

ଆସନ୍ତୁ ଜାଣିବା ଏହା କିପରି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେଉଛି । କେତେକ ଏମିତିରେ ଦିନ ଭିତରେ ୧୦ରୁ ୧୨ଟି କାକୁଡି ଖାଇଥାଆନ୍ତି । ତେବେ ଅତ୍ୟଧିକ ଖାଇବା ଦ୍ୱାରା ବହୁତ ଅସୁବିଧା ମଧ୍ୟ ହୋଇଥାଏ । କୁହାଯାଏ କି ଦିନରେ କାକୁଡି ଖାଇବା ଦ୍ୱାରା ଅଧିକ ଲାଭକାରୀ ହୋଇଥାଏ । କିନ୍ତୁ ରାତିରେ ଖାଇବା ଦ୍ୱାରା କ୍ଷତିକାରକ ହୋଇଥାଏ । କାକୁଡିରେ କୁକୁର୍ବିଟାଇନ୍ସ ନାମକ ଏକ ଯୌଗିକ ତତ୍ତ୍ୱ ଅଛି । ଫଳରେ ଅଧିକ କାକୁଡି ଖାଇବା ଦ୍ୱାରା ଏଥିରେ ଥିବା ଟକ୍ସିନ୍‌ ବା ବିଷାକ୍ତ ଉପାଦାନ ଶରୀରରେ ବ୍ୟାପି ଯାଇଥାଏ । ଏଥିପାଇଁ ଆପଣଙ୍କ ଲିଭର୍‌, ଅଗ୍ନାଶୟ ସହିତ ଶରୀର ଅନ୍ୟ କେତେକ ଅଙ୍ଗରେ ପୋଡାଜଳା ହୋଇପାରେ । ଏଥିପାଇଁ ଏହାକୁ ନିୟନ୍ତ୍ରିତ ମାତ୍ରାରେ ସେବନ କରିବା ଉଚିତ୍‌ ।

ଖରା ଦିନରେ ଗରମରୁ ରକ୍ଷା ପାଇବା ଅଧିକ କାକୁଡି ଖାଇବା ଦ୍ୱାରା ଏଥିରେ ଥିବା ବିଷାକ୍ତ ପଦାର୍ଥ ଶରୀରରେ ଥିବା ଜଳୀୟ ଅଂଶକୁ ବିଷାକ୍ତ କରିଦିଏ । ଫଳରେ ଶରୀରର ଇଲେକ୍ଟ୍ରୋଲାଇଟ୍‌ ସନ୍ତୁଳନରେ ବାଧା ସୃଷ୍ଟି ହୋଇଥାଏ । ଏହାକୁ ନେଇ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । କାକୁଡି ଅଧିକ ଖାଇବା ଫଳରେ ଡାଇରିଆ, ପେଟ ଫୁଲିବା ସମସ୍ୟା ଆଦି ବି ହୋଇଥାଏ ।

ତେବେ ଗର୍ଭାବସ୍ଥାରେ କାକୁଡି ସେବନ କରିବା ଉଚିତ୍‌। କିନ୍ତୁ ୟୁରିନାରୀ ଫଙ୍କସନ୍‌ ବିଗିଡିଯିବାର ମଧ୍ୟ ସମ୍ଭାବନା ଥାଏ । ଆପଣଙ୍କୁ ବାରମ୍ବାର ଟଏଲେଟ୍‌ ଯିବାକୁ ପଡିଥାଏ । ରାତିରେ କାକୁଡିୁ ଖାଇବା ଦ୍ୱାରା କଫ, ସର୍ଦ୍ଦି ଆଦି ହେବାର ସମ୍ଭାବନା ଥାଏ । କାକୁଡି ଏକ ପୌଷ୍ଟିକ ଖାଦ୍ୟ ଓ ଓଜନ୍‌ କମ୍‌ କରିବା ପାଇଁ ଲୋକମାନେ ସାଲାଡ୍‌ ରୁପରେ ଏହାକୁ ଅତ୍ୟଧିକ ଖାଇଥାଆନ୍ତି । ଫଳରେ ଥଣ୍ଡା ହେତୁ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ ।

ଦିନକୁ ଅତି ବେଶୀରେ ୩ କିମ୍ବା ୪ଟି କାକୁଡି ଖିଆଯାଇପାରେ। ତା’ଠାରୁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ସମ୍ବନ୍ଧିତ ଖବର