ଦିନଟି ଫୂର୍ତ୍ତିରେ କଟୁ ବୋଲି ଆପଣ ଚାହୁଁଛନ୍ତି କି? କଥାରେ ଅଛି ସକାଳରୁ ହିଁ ପୂରା ଦିନର ଅନୁମାନ ଲଗାଇ ହୋଇଥାଏ। ସକାଳୁ ଉଠି କିଛି ଏପରି କରନ୍ତୁ ଯାହା ଫଳରେ ଆପଣଙ୍କ ସକାଳ ଭଲରେ କଟିବା ସହ ପୂରା ଦିନଟି ବି ଏକଦମ୍ ଭଲରେ କଟିବ।
-ସକାଳୁ ଉଠିବା ମାତ୍ରେ ଶୌଚ ସାରି ବାହାରେ ଖୋଲା ଆକାଶ ତଳେ ଟିକେ ବୁଲି ଆସନ୍ତୁ। ଅଥବା ଯୋଗ କରନ୍ତୁ। ଖୋଲା ପବନ ଓ ସକାଳୁଆ ସୂର୍ଯ୍ୟୋକିରଣ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।
-ଏହାପରେ ପଇଡ଼ ପାଣି ପିଅନ୍ତୁ। ଦେଖିବେ ଆପଣଙ୍କୁ ଏକ୍ଦମ ଫୂର୍ତ୍ତି ଲାଗିବ। ଯଦି ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହିଛି ତେବେ ରୀତିମତ ପଇଡ଼ ପିଇଲେ ଦୂର ହୋଇଯିବ।
-ପାରୁଛନ୍ତି ଯଦି ସକାଳ ସମୟରେ କ୍ଷୀର ଚା’ ପରିବର୍ତ୍ତେ ନାଲି ଚା’ ପିଅନ୍ତୁ। ସବୁଜ ଚା’ ପିଇବା ବି ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ ହୋଇଥାଏ।
-ସକାଳୁ ସକାଳୁ ଉଠି ମନ ପସନ୍ଦର ଗୀତ ଶୁଣିଲେ ପୂରା ଦିନଟି ଭଲରେ କଟେ। ପାରୁଛନ୍ତି ଯଦି ସକାଳୁ ଉଠି ଏକଦମ ସ୍ଲୋ ଗୀତ ଶୁଣନ୍ତୁ।
-କିଛି କରିବା ପୂର୍ବରୁ ଯେକୌଣସି ବହି ପଢ଼ନ୍ତୁ। ପୁସ୍ତକ ଅଧ୍ୟୟନ କଲେ ଦିନ ସାରା ନିଜକୁ ସ୍ମାର୍ଟ ସ୍ମାର୍ଟ ଅନୁଭବ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/GettyImages-551701881-5783def85f9b5831b5ced17c.jpg)