ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ବର୍ଷାଦିନେ ମଶାମାନଙ୍କର ଉପଦ୍ରବ ଢେର୍ ବଢ଼ି ଯାଇଥାଏ। ମଶା କାମୁଡ଼ିଲେ ଡେଙ୍ଗୁ, ଚିକେନଗୁନିଆ, ମେଲେରିଆ ଆଦି ହେବାର ଅନେକ ସମ୍ଭାବନା ଥିବା ହେତୁ ଆମମାନଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ଟିକେ ଅସତର୍କ ହେଲେ ଏ ସବୁ ରୋଗରେ ପଡ଼ିବା ଥୟ। ମଶାଠାରୁ ନିଜକୁ ଦୂରେଇ ରଖିବା ପାଇଁ ବଜାରରେ ମିଳୁଥିବା ମଶା ଧୂପ ବା ମଶା ତେଲ ବ୍ୟବହାର କରିବା ଏକମାତ୍ର ଉପାୟ ନୁହେଁ। ଆହୁରି ବି ଅନେକ ପ୍ରକାରର ସଚେତନତା ଅବଲମ୍ବନ କରିବାକୁ ହୁଏ। ସେ ବିଷୟରେ ନିମ୍ନରେ କୁହାଯାଇଛି।
: ନିଜ ଘର ଆଖପାଖରେ କୌଣସି ବି ସ୍ଥାନରେ ଅଳିଆ ଜମା କରନ୍ତୁ ନାହିଁ। ଅଳିଆ ରହିଲେ ମଶା ହେବା ସ୍ବାଭାବିକ। ତେଣୁ ଘର ସହିତ ଘର ବାହାରକୁ ମଧ୍ୟ ପରିସ୍କାର ପରିଚ୍ଛନ ରଖନ୍ତୁ।
: ଧ୍ୟାନ ଦିଅନ୍ତୁ ଯେପରି ବର୍ଷା କିମ୍ବା ଅନ୍ୟ କୌଣସି ପାଣି ଆପଣଙ୍କ ଘର ଆଖପାଖରେ ଜମି ନଯାଏ। ପାଣି ଜମିଲେ ମଶା ନିଶ୍ଚୟ ହେବ। ତେଣୁ, ଏ ଦିଗଟିକୁ ମଧ୍ୟ ଦୃଷ୍ଟିରେ ରଖନ୍ତୁ।
/sambad/media/post_attachments/wp-content/uploads/2020/09/images-10.jpg)
Mosquito Magnet
: ଯେତେ ପାରୁଛନ୍ତି ଘରେ ସ୍କ୍ରିନ୍ ବ୍ୟବହାର କରନ୍ତୁ। ସ୍କ୍ରିନ୍ ବ୍ୟବହାର କରିବା ଦ୍ବାରା ମଶା ବାହାରୁ ସହଜରେ ଘରକୁ ପଶିପାରନ୍ତି ନାହିଁ।
: ସଂଧ୍ୟା ସମୟରେ ଝୁଣା ଧୁଆଁ ଘରେ ବୁଲାନ୍ତୁ। ଏହାକୁ ବୁଲାଇଲେ ଘରେ ଥିବା ମଶା ବାହାରକୁ ପଳାଇ ଥାଆନ୍ତି ନହେଲେ ଝଡିକି ତଳେ ପଡ଼ିଯାଇ ଥାଆନ୍ତି।
: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଘର ଆଖପାଖରେ ଯଦି କିଛି ଅନାବନା ଗଛ ଅଛି ତେବେ ତାକୁ କାଟିକରି ତୁରନ୍ତ ସଫା କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/unnamed-3.jpg)