ମୌସୁମୀର ଜୁସ୍‌ ପିଇଲେ ଏହି ସବୁ ଶାରୀରିକ ସମସ୍ୟା ରହେ ନାହିଁ !

ଏବେ ଖରାଦିନ । ଏହି ସମୟରେ ଆମେ ବିଭିନ୍ନ ପ୍ରକାରର ପାନୀୟ ଗ୍ରହଣ କରିଥାଉ। କେହି ଦହି ସରବତ ତ ପୁଣି କେହି ଆଖୁ ରସ ପିଇଥାନ୍ତି। ହେଲେ ଆପଣ ଯଦି ମୌସୁମୀର ଜୁସ୍‌ ପିଇବେ, ତେବେ ଆପଣଙ୍କୁ ଏହାର ଫାଇଦା ମିଳିବ। ଆସନ୍ତୁ ସେ ସଂପର୍କରେ ଜାଣିବା…

ନିୟମିତଭାବେ ଏକ ଗ୍ଲାସ୍‌ ମୌସୁମୀର ଜୁସ୍‌ ପିଇଲେ ଖାଦ୍ୟ ଠିକଭାବେ ହଜମ ହୋଇଥାଏ।ଯଦି ଆପଣଙ୍କର କୋଷ୍ଠକାଠିନ୍ୟତା ସମସ୍ୟା ଥାଏ ସେଥିରୁ ବି ମୁକ୍ତି ମିଳିବ। ଏହା ମଧୁମେହ ରୋଗୀଙ୍କ ପାଇଁ ଅମୃତ ତୁଲ୍ୟ। ଖାଲିସେତିକି ନୁହେଁ ଏହା ସେବନ କଲେ ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ।

ବିଳମ୍ବିତ ରାତ୍ରିରେ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।କିନ୍ତୁ ଏମିତି କିଛି ପାନୀୟ ଅଛି ଯାହାକୁ ଶୋଇବା ପୂର୍ବରୁ ପିଇଲେ,ଓଜନ ବୃଦ୍ଧି ପାଇବ ନାହିଁ। ହଁ,ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ମୌସୁମୀର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ।

photo-bhaskar.com

ଖାଲି ସେତିକି ନୁହେଁ ମୌସୁମୀ ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଏହାକୁ ନିୟମିତ ସେବନକଲେ  ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ତେବେ ରାତିରେ କ୍ଷୀର ସହିତ ବା ସେହିଭଳି ଜିନିଷ ସହିତ ମୌସୁମୀ ଜୁସ୍‌ ପିଇବା ଅନୁଚିତ।

 

ସମ୍ବନ୍ଧିତ ଖବର