ଆପଣ ଜାଣିଛନ୍ତି କି ? ବାସି ଛେପ ଦ୍ୱାରା ହୋଇଥାଏ ଅନେକ ରୋଗ ଦୂର

ସାଧାରଣତଃ ଆମେ ଜାଣିଛେ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । କିନ୍ତୁ ଆପଣ ଜାଣି ନ ଥିବେ ଦୈନିକ ସକାଳୁ ଅଘଷା ପାଟିରେ ପାଣି ପିଇଲେ ପାଟିରେ ଥିବା ବାସି ଲାଳ ପେଟକୁ ଯିବା ସହ ଶରୀରର ଅନେକ ରୋଗ ଭଲ ହୋଇଥାଏ। ଲାଳ ମୁହଁରେ ପ୍ରସ୍ତୁତ ହେଇଥିବା ଏକ ଆଣ୍ଟିସେପ୍ଟିକ ଭାବେ କାର୍ଯ୍ୟକରିଥାଏ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

ମନୁଷ୍ୟ ଶରୀରର ୯୮ ପ୍ରତିଶତ ଲାଳ ବା ଛେପ ପାଣିରୁ ପ୍ରସ୍ତୁତ ହୋଇଥାଏ ଏବଂ ବାକି ୨ ପ୍ରତିଶତରେ ଏଞ୍ଜାଇମ୍‌ , ବଲଗମ , ଇଲେକ୍ଟ୍ରୋଲାଇଟ୍‌ ଏବଂ ଅନେକ ଜୀବାଣୁରୋଧକ ତତ୍ତ୍ୱ ରହିଥାଏ । ସକାଳୁ ଉଠି ମୁହଁ ନ ଧୋଇ ବାସି ଛେପକୁ ଏକ ମାସ ପର୍ଯ୍ୟନ୍ତ ମୁହଁରେ ଲଗାଇବା ଦ୍ୱାରା ଅନେକ ଚର୍ମ ରୋଗ ଦୂର ହୋଇଥାଏ। ଏହାକୁ ଜଳି ଯାଇଥିବା ସ୍ଥାନରେ ୧-୨ ମାସ ପର୍ଯ୍ୟନ୍ତ , ଖଣ୍ଡିଆରେ ୫-୧୦ ଦିନ ପର୍ଯ୍ୟନ୍ତ ଏବଂ ହାତଗୋଡ଼ରେ ହେଉଥିବା ଫଙ୍ଗସରେ ଦୈନିକ ଲଗାଇବା ଦ୍ୱାରା ଏହାର ଠିକ୍‌ ହୋଇଥାଏ । ଆଖି ଧରିଥିଲେ ଲାଳ/ଛେପକୁ କଜଳ ଭଳି ଲଗାଇଲେ ଏହା ଠିକ ହୋଇଥାଏ । ପେଟ ସମସ୍ୟା ଥିଲେ କିମ୍ବା କୃମି ହୋଇଥିଲେ ସକାଳେ ଉଠି ଅଘସା ପାଟିରେ ପାଣି ପିଇବା ଦ୍ୱାରା ଏହା ଠିକ ହୋଇଥାଏ ।

ଅନେକ ସମୟରେ ମୁହଁରେ ଲାଳ/ଛେପ କମ ହେବାର ମଧ୍ୟ ଦେଖାଯାଇଥାଏ । ଏହାର କାରଣ ଅଧିକ ମାତ୍ରାରେ ଧୂମପାନ କରିବା, ତମାଖୁ ଓ ଖଇନି ଖାଇବା ଦ୍ୱାରା ପାଟି ଶୁଖିଯାଇଥାଏ । ପରେ ଆବଶ୍ୟକୀୟ ଲାଳ ପାଟିରୁ ବାହାରି ଯାଇଥାଏ ଯାହା ଶରୀରରେ ରୋଗର ମାତ୍ରା ବୃଦ୍ଧି ହୋଇଥାଏ ।

ସମ୍ବନ୍ଧିତ ଖବର