କରୋନା ସଂକ୍ରମିତ ଡାଏବେଟିସ ରୋଗୀଙ୍କ ଶରୀରରେ ଦେଖାଯାଉଛି ଏହି ନୂଆ ବିପଦ, ନାକ-କାନ ଓ ଗଳାରେ ହେଉଛି ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନିୟନ୍ତ୍ରିତ ମଧୁମେହ, କିଡନୀ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ସମସ୍ୟା ସହ ସଂଘର୍ଷ କରୁଥିବା ଲୋକମାନେ ବିଶେଷ ସଜାଗ ରହିବା ଆବଶ୍ୟକ | ଏହିପରି ଏକାଧିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ବର୍ତ୍ତମାନ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଅହମ୍ମଦାବାଦରେ ଏପର୍ଯ୍ୟନ୍ତ ୬୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି, ଯେଉଁମାନେ ବର୍ତ୍ତମାନ ମ୍ୟୁକୋରମାଇକୋସିସ୍ (ଫଙ୍ଗଲ୍ ଇନଫେକ୍ସନ) ନାମକ ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି ।

photo-Healthline

ଏଥିମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଦୃଷ୍ଟିଶକ୍ତି ହରାଇଛନ୍ତି | ମ୍ୟୁକୋରମାଇକୋସିସ୍ ଆଖିକୁ ଅଧିକ ପ୍ରଭାବିତ କରିଥାଏ ଏବଂ ଠିକ୍ ସମୟରେ ଚିକିତ୍ସା ନ ହେଲେ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଥାଏ | ବଡ କଥା ଯେ ଏହି ସଂକ୍ରମଣର ଶିକାର ହୋଇ ଏବେ ପ୍ରତିଦିନ ୩-୪ ଜଣ ରୋଗୀ ଅହମ୍ମଦାବାଦର ସିଭିଲ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଡାକ୍ତରଙ୍କ କହିବା କଥା ଯେ ମଧୁମେହ ରୋଗୀଙ୍କଠାରେ କୋଭିଡ କାରଣରୁ ଫଙ୍ଗଲ ସଂକ୍ରମଣ ହୁଏ | ଏହା ସାଧାରଣତ ନାକରୁ ଆରମ୍ଭ ହୋଇ ନାକ ହାଡ ଓ ଆଖିକୁ ନଷ୍ଟ କରିପାରେ | ଏହିପରି ରୋଗୀମାନଙ୍କଠାରେ ଯଦି ନାକରେ ଫୁଲା ହୁଏ କିମ୍ବା ଆଖି ଅଧିକ ଯନ୍ତ୍ରଣା ହୁଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ | ଯଦି ଅଧିକ ଦିନ ଏହା ଲାଗିରହେ ତେବେ ମସ୍ତିଷ୍କରେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଥାଏ |

କାହା ପାଇଁ ବିପଦ ?
ଅନେକ ରାଜ୍ୟରେ କୋଭିଡ୍ ରୋଗୀମାନଙ୍କରେ ମ୍ୟୁକୋରମାଇକୋସିସ୍ ରୋଗ ହେଉଥିବାର ଦେଖିବାକୁ ମିଳିଛି | ବିଶେଷକରି ଯେଉଁମାନଙ୍କର ମଧୁମେହ କିମ୍ବା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ କୋଭିଡ ହେବା ପରେ, ମଧୁମେହକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ଆବଶ୍ୟକ |

ସମ୍ବନ୍ଧିତ ଖବର