ଯେଉଁ ଲୋକମାନଙ୍କର ମାଂସପେଶୀ ଦୁର୍ବଳ ହୋଇଥାଏ, ସେମାନେ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଶରୀରକୁ ଆଜୀବନ ସୁସ୍ଥ ରଖିବା ପାଇଁ ଶରୀରର ମାଂସପେଶୀ ଶକ୍ତ ହେବା ନିହାତି ଆବଶ୍ୟକ । କିଛି ଲୋକ ନିଜର ଓଜନ ନିୟନ୍ତ୍ରଣ କରିବା ନିଶାରେ ଠିକ୍ ଭାବରେ ଖାଦ୍ୟ ଖାଆନ୍ତି ନାହିଁ । ଯାହା ଦ୍ୱାରା ଶରୀରର ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଦିନର ଖାଦ୍ୟରେ ଏ ସବୁ ଜିନିଷକୁ ରଖିବା ନିତାନ୍ତ ଆବଶ୍ୟକ ।
୧.ଅଣ୍ଡାରେ ପ୍ରୋଟିନ୍, ସେଲେନିୟମ,ଭିଟାମିନ୍ ଡି,ଭିଟାମିନ୍ ବି୬,ଭିଟାମିନ୍ବି୧୨,ଜିଙ୍କ,ଆଇରନ୍,କ୍ୟାଲସିୟମ ଏବଂ ଓମେଗା-୩ ଏସିଡ୍ ରହିଥାଏ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କରିବା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ।
୨.ଦହିରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ଭଳି ପୋଷକ ତତ୍ତ୍ୱ ରହିଥାଏ। ଯାହା ସୁସ୍ଥ ମାଂସପେଶୀ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।
୩.ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀରରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହା ମାଂସପେଶୀକୁ ଶକ୍ତ କରିଥାଏ ।
୪.ସୋୟାବିନ୍ରେ ମାଂସ ଏବଂ ଅଣ୍ଡାଠାରୁ ଅଧିକ ଭିଟାମିନ୍ ରହିଛି । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ରହିଥିବାରୁ ପ୍ରତିଦିନ ଏହାକୁ ଖାଇଲେ ଶରୀରର ମାଂସପେଶୀ ଶକ୍ତ ହୋଇଥାଏ ।