ମାଂସପେଶୀକୁ ସୁସ୍ଥ କରିବା ଲାଗି ଆପଣାନ୍ତୁ ଏହି ଉପାୟ

ନିକଟରେ କରାଯାଇଥିବା ଏକ ରିପୋର୍ଟରୁ ଜଣାଯାଇଛି ଯେ,ଭାରତର ପ୍ରାୟ ୬୮ ପ୍ରତିଶତ ଲୋକଙ୍କଠାରେ ପ୍ରୋଟିନର ପରିମାଣ କମ୍‌ ରହିଛି। ଅନ୍ୟପକ୍ଷରେ ୭୧ ପ୍ରତିଶତ ଭାରତୀୟଙ୍କର ମାଂସପେଶୀ ଦୁର୍ବଳ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପ୍ରାୟ ୮୪ ପ୍ରତିଶତ ଶାକାହାରୀ ଓ ୬୫ ପ୍ରତିଶତ ମାଂସହାରୀ ଭାରତୀୟମାନଙ୍କର ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା କମ୍‌।


ଏହି ସର୍ଭେରେ ଜଣାଯାଇଛି ଭାରତୀୟମାନଙ୍କର ଦୁର୍ବଳ ମାଂସପେଶୀ ଓ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା କମ୍‌ ଥିବା ଭିତରେ ଏକ ବଡ଼ ସଂପର୍କ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି ଯେ, ଭାରତୀୟମାନେ ନିଜର ମାଂସପେଶୀ ସୁସ୍ଥ ରଖିବା ଲାଗି ପଦକ୍ଷେପ ନେବା ଉଚିତ। ଆହୁରି ମଧ୍ୟ କୁହାଯାଇଛି ଯେ,ଖାଦ୍ୟରେ ୧୦ ରୁ ୧୪ ପ୍ରତିଶତ ପ୍ରୋଟିନର ମାତ୍ରା ବଢ଼ାଇବା ଆବଶ୍ୟକ।
ଏବେ ଆସନ୍ତୁ ଜାଣିବା କିପରି ମାଂସପେଶୀକୁ ସୁସ୍ଥ ରଖିବେ!
୧- ଖାଦ୍ୟ ଗ୍ରହଣ ବେଳେ ପ୍ରଥମେ ପୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।ଏହା ଫଳରେ ଶୀଘ୍ର ପେଟ ଭରିବ ଓ ଶରୀରକୁ ଶକ୍ତି ମିଳିବ।
୨- ନିଜର ଖାଦ୍ୟରେ ପ୍ରୋଟିନର ମାତ୍ରା ବଢ଼ାଇବା ଲାଗି ଅଧିକରୁ ଅଧିକ ପରିମାଣରେ ଦୁଧ,ଛେନା,ଅଣ୍ଡା ଆଦି ସେବନ କରନ୍ତୁ।
୩-ଚିକେନ୍‌ ଓ ମାଛରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଥିବା ହେତୁ ଏହାକୁ ଖାଇଲେ ମାଂସପେଶୀ ଶକ୍ତ ହୋଇଥାଏ।
୪- ନିଜର ମାଂସପେଶୀକୁ ମଜଭୁତ କରିବା ଲାଗି ଓ୍ଵଟ୍‌ ଟ୍ରେନିଂ କରନ୍ତୁ।


୫-ଶାକାହାରୀମାନେ ଅଧିକ ପରିମାଣରେ ସୋୟାବିନ୍‌ ଖାଆନ୍ତୁ। ଏହା ଫଳରେ ଶରୀରରେ ପ୍ରୋଟିନ୍‌ର ଭରଣା ହୋଇପାରିବ।
୬- ବାଦାମ,ବୁଟ ଭଳି ଖାଦ୍ୟ ଖାଇଲେ ମଧ୍ୟ ମାଂସପେଶୀ ମଜଭୁତ ହୋଇଥାଏ।

ସମ୍ବନ୍ଧିତ ଖବର