ଏମିତି କିଛି ରୋଗ ଅଛି ଯାହାର ନିରାକରଣ ପାଇଁ ଶୋରିଷ ତେଲ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଅଚାନକ ଏପରି ଅନେକ ସମସ୍ୟା ହୁଏ, ମାତ୍ର ଉପଶମ ପାଇଁ ପାଖରେ ଔଷଧ ନଥାଏ। ସେହି କ୍ଷେତ୍ରରେ ଆପଣ ଶୋରିଷ ତେଲକୁ ଭରସା କରିପାରିବେ। ତେବେ, ଚାଲନ୍ତୁ କେଉଁ କେଉଁ କ୍ଷେତ୍ରରେ ଆମେ ଶୋରିଷ ତେଲର ଉପଯୋଗ କରିପାରିବା।

Advertisment

: ଟିକେ ଥଣ୍ଡା କିମ୍ବା କାଶ ହେଲେ ଘରେ ମାଆ, ଜେଜେମାଆ ମାନେ ଶୋରିଷ ତେଲକୁ ଫୁଟାଇ ଗୋଡ଼ରେ ମାଲିସ୍‌ କରିଥାନ୍ତି। ବାସ୍ତବ କଥାଟି ହେଉଛି ଥଣ୍ଡା କାଟିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ।

: ଗାଧୋଇବା ପୂର୍ବରୁ ନାଭିରେ ତେଲ୍‌ ଲଗାଇ ଗାଧାନ୍ତୁ। ଫଳରେ ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦୂର ହୋଇଥାଏ।

: ମୁହଁକୁ ହାଲୁକା ଉଷୁମ ପାଣିରେ ଧୋଇ ଦେବା ପରେ ଅଳ୍ପ ଟିକେ ଶୋରିଷ ତେଲ୍‌ ହାତରେ ନେଇ ମୁହଁ ସାରା ମାଲିସ୍‌ କରନ୍ତୁ ତ୍ୱଚାର ଔଜଲ୍ୟତା ବୃଦ୍ଧି ପାଇବ।

publive-image Times of India

: କେଶର ରଙ୍ଗ ଗାଢ଼ କଳା ଚାହୁଁଥିଲେ ସପ୍ତାହକୁ ୨ ଥର ଶୋରିଷ ତେଲ୍‌ ଲଗାଇ ଅଧଘଣ୍ଟା ପରେ କେଶ ସଫା କରନ୍ତୁ। ଦେଖିବେ କିଛି ମାସ ଏପରି କରିବା ଦ୍ୱାରା କେଶର ରଙ୍ଗ ଅପେକ୍ଷାକୃତ କଳା ହୋଇଯିବ।

: ଯଦି ଦୂର ସ୍ଥାନରୁ ଯାତ୍ରା ସାରି ଫେରିଛନ୍ତି ଦେହ ପୀଡ଼ା କମାଇବା ପାଇଁ ଶୋରିଷ ତେଲ ଲଗାଇ ମାଲିସ୍‌ କରିଲେ ଉପଶମ ମିଳିଥାଏ।