ଯେଉଁମାନେ ନିଜ ଦାନ୍ତରେ ନଖ କାମୁଡିଥାନ୍ତି , ଜାଣନ୍ତୁ ସେମାନଙ୍କର ବ୍ୟବହାର କିଭଳି ଓ ସ୍ୱାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡ଼ିଥାଏ

ଅନେକ ଲୋକଙ୍କର ଏକ ବଦଭ୍ୟାସ ରହିଛି ଯେ ସେମାନେ ନିଜ ଦାନ୍ତରେ ନଖ କାମୁଡିଥାନ୍ତି । ଯଦି ଜଣେ ନିୟମିତ ଭାବେ ନିଜ ଦାନ୍ତରେ ନଖ କାମୁଡିଥାନ୍ତି, ତେବେ ଏଥିରୁ ଜାଣନ୍ତୁ ତାଙ୍କର ବ୍ୟବହାର କିଭଳି ଓ ସ୍ୱାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପକାଇଥାଏ ।
ପ୍ରଥମ କଥା ହେଲା ନଖ କାମୁଡିଲେ, ଏହାର କୁପ୍ରଭାବ ନଖ ଉପରେ ପଡ଼ିଥାଏ । ନଖ ଗୁଡିକ ଖରାପ ହୋଇଯାଏ ଏବଂ ଦାନ୍ତ ମଧ୍ୟ ଦୁର୍ବଳ ହୋଇଥାଏ । ଖାଲି ସେତିକି ନୁହେଁ ଦାନ୍ତରେ ସଂକ୍ରମଣ ମଧ୍ୟ ଦେଖା ଦେଇଥାଏ ।
ଯେଉଁମାନେ ନିୟମିତ ଭାବେ ଦାନ୍ତରେ ନଖ କାମୁଡିଥାନ୍ତି ସେମାନେ ନିଜର କାମକୁ ଶତ ପ୍ରତିଶତ ହେବାକୁ ପ୍ରୟାସ କରିଥାନ୍ତି । ସେମାନେ ଏଥିରେ ସଫଳ ନ ହେଲେ ବା ନିଜ ଭିତରେ ହତାଶାଭାବ ଆସିଲେ ନଖ ଯେ ଦାନ୍ତରେ ନଖ କାମୁଡ଼ିଥିବା ଲୋକେ ପରଫେକସନିଷ୍ଟ। ଆପଣ ଜାଣି ରଖନ୍ତୁ ଯେ ବଲିଉଡ ହିରୋଇନ୍‌ କରୀନା କପୁର ଖାନ୍‌ଙ୍କର ଏହି ବଦଭ୍ୟାସଟି ରହିଛି ।


ଯେଉଁମାନେ ନଖ କାମୁଡ଼ିଥାନ୍ତି, ସେମାନେଙ୍କର ସାଙ୍ଗଠନିକ ଦକ୍ଷତା ଖୁବ୍‌ ଭଲ ଓ ସେମାନେ ଖୁବ୍‌ ପ୍ରଭାବଶାଳୀ । ନିକଟରେ ଏ ସଂପର୍କରେ ଏକ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରୁ ୪୮ ପ୍ରତିଶତ ନଖ କାମୁଡୁଥିିବା ଲୋକଙ୍କ କ୍ଷେତ୍ରରେ ଏହା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା ।

ସମ୍ବନ୍ଧିତ ଖବର