ନେଲପଲିସ ନଖର ସୌନ୍ଦର୍ଯ୍ୟ ବୃଦ୍ଧି କରେ ସତ, ଆପଣଙ୍କୁ ରୋଗୀ ବି କରିପାରେ !

ମହିଳାମାନେ ନଖରେ ନେଲ ପଲିସ ଲଗାଇବାକୁ ସୁଖ ମଣନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଆପଣଙ୍କ ପାଇଁ ଭୟାନକ ହୋଇପାରେ। କୁହାଯାଏ ଯେ ନେଲପଲିସ କର୍କଟ ରୋଗର ବି କାରଣ ହୋଇପାରେ।
ଆପଣ ଜାଣି ବିସ୍ମିତ ହୋଇପାରନ୍ତି ଯେ ନେଲପଲିସରେ ଟ୍ରିଫେନଲ୍‌ ଫସ୍କେଟ୍‌ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି। କିନ୍ତୁ ନେଲପଲିସର ଲେଭଲରେ ଏହାର ନାଆଁ ନାହିଁ। ଏବେ ଆସନ୍ତୁ ଜାଣିବା କିପରି ନେଲପଲିସରେ ଥିବା ରାସାୟନିକ ପଦାର୍ଥଗୁଡ଼ିକ ଆପଣଙ୍କର କ୍ଷତି କରିପାରେ।
ଏକ ଗବେଷଣାରୁ ଜଣାଯାଇଛି ନେଲ୍‌ ପେଣ୍ଟରେ ଟାଲଇନ୍‌ ନାମକ ଏକ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଏହା ନଖ ସଂସ୍ପର୍ଶରେ ଆସିବା ପରେ ଶରୀରର ଅନ୍ୟ କୋଷଗୁଡିକ ସଂସ୍ପର୍ଶରେ ବି ଆସିଯାଏ, ଯାହାର ପରିଣାମ ସ୍ୱରୂପ କେମିକାଲ୍‌ ନର୍ଭସ ସିଷ୍ଟମ୍‌ ମଧ୍ୟ ପ୍ରଭାବିତ ହୋଇଥାଏ।

ନେଲପଲିସରେ ପଂଥାଲେଟ୍‌ସ ନାମକ ଅନ୍ୟ ଏକ ତୈଳାକ୍ତ ରାସାୟନିକ ପଦାର୍ଥ ରହିଛି,ଯାହା ଆଖି ଓ ମୁହଁର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ। ଏହା ଫଳରେ ନାକ ଓ ଗଳାରେ ସଂକ୍ରମଣ ହେବାର ବି ଆଶଙ୍କା ରହିଛି। ନେଲପଲିସରେ ନ୍ୟୁରୋ ଟକ୍‌ସିନ୍‌ ଭଳି ବିଷାକ୍ତ ପଦାର୍ଥ ମିଶା ଯାଇଥାଏ,ଯାହା ସିଧାସଳଖ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

ସମ୍ବନ୍ଧିତ ଖବର