ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ଅନ୍ୟଙ୍କୁ ସମ୍ମାନ ଦେଖାଇବା ପାଇଁ ନମସ୍କାର କରାଯାଇଥାଏ । ତେବେ, ଏହା ଦ୍ୱାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ମଧ୍ୟ ହୋଇଥାଏ। ତେବେ ନମସ୍କାର କରିବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ନମସ୍କାର କରିବା ଦ୍ୱାରା ମନରେ ଏକାଗ୍ରତା ବଢ଼ିବା ସହ ମନ ଦୁଃଚିନ୍ତାରୁ ଦୂରରେ ରହିଥାଏ । ତେବେ ସବୁ ସ୍ଥାନରେ ନମସ୍କାର ଗ୍ରହଣୀୟ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା, କେଉଁ ସମୟରେ ଏବଂ କେଉଁମାନଙ୍କୁ ନମସ୍କାର କରିବା ନିଷେଧ…
Sambad is now on WhatsApp
Join and get latest news updates delivered to you via WhatsApp
ଦେବ ପୂଜା କରୁଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ । କାରଣ ସେତେବେଳେ ସେମାନେ ପରମାତ୍ମାଙ୍କ ସେବାରେ ଥାଆନ୍ତି; ସେହି ସମୟରେ ଭଗବାନଙ୍କ ବ୍ୟତୀତ ଅନ୍ୟ କାହା ସାମ୍ନାରେ ନଇଁବା ଅନୁଚିତ ।
ମନ୍ଦିର ମଧ୍ୟରେ ଥିବା ପୂଜକଙ୍କୁ ନମସ୍କାର କରିବା ଉଚିତ ନୁହଁ। ଶୌଚ ପାଇଁ ଯାଉଥିବା ଏବଂ ଶୌଚରୁ ଆସୁଥିବା ବ୍ୟକ୍ତିଙ୍କୁ ନମସ୍କାର କରାଯାଇ ନଥାଏ ।
ବେଦ , ଗୀତା , ଚଣ୍ଡି ଏବଂ ଗାୟତ୍ରୀ ପାଠ କରୁଥିବା ସମୟରେ ନମସ୍କାର କରିବା ପାଇଁ ବାରଣ କରାଯାଇଛି।
ଭୋଜନ କରୁଥିବା ସମୟରେ ଏବଂ ଶୋଇଥିବା ସମୟରେ କାହାକୁ ନମସ୍କାର କରାଯାଇ ନଥାଏ।
ମନ୍ଦିର ମଧ୍ୟରେ ଗୁରୁଜନମାନଙ୍କୁ ନମସ୍କାର କରାଯାଇ ନଥାଏ।
ସ୍ନାନ କରୁଥିବା କିମ୍ବା ଜଳ ମଧ୍ୟରେ ଥାଇ ତର୍ପଣ କରୁଥିବା ବ୍ୟକ୍ତିଙ୍କର ନମସ୍କାର ଗ୍ରହଣ ନିଷେଧ।
ପଦ୍କ ପୁରାଣ ମତ ଅନୁଯାୟୀ, ଏହି ସମସ୍ତ ସ୍ଥାନରେ ନମସ୍କାର କରିବା କିମ୍ବା ନମସ୍କାର ଗ୍ରହଣ କରିବା ଦ୍ୱାରା ମନୁଷ୍ୟଙ୍କର ଖରାପ ହୋଇଥିବା ବେଳେ ଦେବତାଙ୍କ ଠାରୁ ଅଭିଶାପ ପ୍ରାପ୍ତ ହୋଇଥାଏ ।