ସାଧାରଣତଃ କିଏ ବା ନ ଚାହେଁ ସୁନ୍ଦର ଦେଖାଯିବାକୁ? କାହିଁକିନା ସୁନ୍ଦର ବ୍ୟକ୍ତିଙ୍କର କ୍ରେଜ୍‌ ଅନ୍ୟମାନଙ୍କ ଅପେକ୍ଷା ଟିକିଏ ଅଲଗା ରହିଛି,ଯେଉଁ କାରଣକୁ ନେଇ ସୁନ୍ଦରତା ଲାଗି ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯେପରି ଗୋଟିଏ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି!ଏଥିପାଇଁ କି ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ସୁନ୍ଦର ଦେଖାଯିବା ଲାଗି ତାର ଜୀବନରେ ଅନେକ ପ୍ରକାରର ପ୍ରଡ଼କ୍ଟ ସହିତ ପାର୍ଲରରେ ମଧ୍ୟ ତାହାର ବହୁତ ଗୁଡ଼ିଏ ଟଙ୍କା ପାଣିଭଳି ଖର୍ଚ୍ଚ କରିବାରେ ଲାଗିଛି।କିନ୍ତୁ ଆାଜି ଆମେ ଆପଣଙ୍କୁ ବିନା ଟଙ୍କାରେ ଏବଂ ଘରୋଇ ଉପାୟରେ କିଭଳି ଆପଣଙ୍କ ମୁହଁକୁ ସୁନ୍ଦର ଓ ଚମକପ୍ରଦ କରିପାରିବେ ସେହି ବିଷୟରେ ଜଣାଇବୁ...

ଆସନ୍ତୁ ଜାଣିବା ଏହି ଫେସ୍‌ପ୍ୟାକ୍‌ କୁ ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

Advertisment

publive-image photo-LemonWaterguide.com

ଆବଶ୍ୟକୀୟ ସାମଗ୍ରୀ:
୧-୨ ଚାମଚ ମଇଦା ପାଉଡ଼ର ।
୨-୨ଚାମଚ ଅରୁଆ ଚାଉଳ ଗୁଣ୍ଡ ।
୩- ୧ ଚାମଚ ମହୁ।
୪- ଅମୁଲ୍‌ ପାଉଡ଼ର୍‌ ୧ଚାମଚ।
୫- ଲେମ୍ବୁର ରସ ଅଧା ଚାମଚ।
୬-ଟମାଟୋର ଜୁସ ୨ ଚାମଚ ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମତଃ ଆପଣ ଏକ ଖାଲି ପାତ୍ରରେ ୨ଚାମଚ ମଇଦା ପାଉଡ଼ର,୨ଚାମଚ ଅରୁଆ ଚାଉଳ ଗୁଣ୍ଡ,୧ ଚାମଚ ଅମୁଲ୍‌ ପାଉଡ଼ର୍‌,୧ଚାମଚ ମହୁ ରସ,ଅଧା ଚାମଚ ଲେମ୍ବୁ ରସ ଏବଂ ୨ ଚାମଚ ଟମାଟୋର୍‌ର ଜୁସ୍‌କୁ ନେଇ ତାକୁ ଭଲ ଭାବରେ ମିଶ୍ରଣ କରନ୍ତୁ।ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ଫେସ୍‌ପ୍ୟାକ୍‌କୁ ଆପଣଙ୍କ ମୁହଁରେ ଲଗାଇଶୁଖିଲା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଆପଣ ଆପଣଙ୍କ ମୁହଁଙ୍କୁ ନର୍ମାଲ୍‌ ପାଣିରେ ଧୋଇଦିଅନ୍ତୁ।ତେବେ ଏହିପରି ଭାବରେ କିଛି ଦିନ କରିଲାପରେ ଆପଣ ନିଜେ ହିଁ ଅନୁଭବ କରିପାରିବେ କି,କିଭଳି ଭାବରେ ଆପଣଙ୍କ ମୁହଁଟି ନାଚୁରାଲ୍‌ ଭାବରେ ଗୋରା ଏବଂ ଚମକପ୍ରଦ ଦେଖାଯାଉଛି।