/sambad/media/post_attachments/wp-content/uploads/2018/10/Navraatri-Fasting-Slide_2.jpg)
ନବରାତ୍ରୀରେ ୯ ଦିନ ପାଇଁ ବହୁ ଲୋକ ଉପବାସ ରଖିଥା’ନ୍ତି। ଉପବାସ ରଖିବାର ବହୁତ ଫାଇଦା ମଧ୍ୟ ରହିଛି। କିନ୍ତୁ କିଛି ଶାରୀରିକ ସମସ୍ୟା ଯୋଗୁଁ ଡାକ୍ତର ମନା କରନ୍ତି ଉପବାସ ରଖିବା ପାଇଁ। କାରଣ ଏହା ଦ୍ୱାରା ସମସ୍ୟା ଆହୁରି ବଢ଼ିପାରେ! ଡାକ୍ତରଙ୍କ କହିବା ଅନୁସାରେ ଏହି ସବୁ ସମସ୍ୟାରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନେ ଉପବାସ ରଖିବା ଠିକ୍ ନୁହେଁ।
/sambad/media/post_attachments/wp-content/uploads/2018/10/Navraatri-Fasting-Slide_3.jpg)
ମଧୁମେହ ରୋଗୀ
ମଧୁମେହ ରୋଗୀମାନଙ୍କ ପାଇଁ ଠିକ୍ ସମୟରେ ଖାଦ୍ୟ ଏବଂ ଔଷଧ ଜରୁରୀ ହୋଇଥାଏ। ତେଣୁ ଯଦି ଏମାନେ ଉପବାସ ରଖନ୍ତି ତା’ହେଲେ ସେମାନଙ୍କର ସମସ୍ୟା ଆହୁରି ବଢ଼ିପାରେ।
/sambad/media/post_attachments/wp-content/uploads/2018/10/Navraatri-Fasting-Slide_4.jpg)
ରକ୍ତଚାପ ରୋଗୀ
ଅଧିକ ରକ୍ତଚାପ ଥିବା ରୋଗୀ ଯଦି ଉପବାସ ରଖନ୍ତି, ତା’ହେଲେ ତାଙ୍କ ଶରୀରରେ ସମସ୍ୟା ହୋଇପାରେ।
/sambad/media/post_attachments/wp-content/uploads/2018/10/Navraatri-Fasting-Slide_5.jpg)
ହୃଦ୍ରୋଗୀ
ହୃଦ୍ରୋଗୀମାନେ ଯଦି ବହୁ ସମୟ ଧରି ଭୋକରେ ରୁହନ୍ତି, ତେବେ ସେମାନଙ୍କ ଶାରୀରିକ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଥାଏ।
/sambad/media/post_attachments/wp-content/uploads/2018/10/Navraatri-Fasting-Slide_6.jpg)
କିଡ୍ନି ରୋଗୀ
ଯେଉଁମାନଙ୍କ କିଡ୍ନି ସମସ୍ୟା ରହିଛି ସେମାନେ ଉପବାସ ରଖିବା ଠିକ୍ ନୁହେଁ। ଏହାଦ୍ୱାରା କିଡ୍ନି ଫେଲ୍ ହେବାର ଆଶଙ୍କା ବଢ଼ିପାରେ।
/sambad/media/post_attachments/wp-content/uploads/2018/10/Navraatri-Fasting-Slide_7.jpg)
ଏନିମିଆ ରୋଗୀ
ଯେଉଁମାନଙ୍କ ରକ୍ତ କମ୍ ଥାଏ, ସେମାନେ ମଧ୍ୟ ଉପବାସ ରଖିବା କଥା ନୁହେଁ। ଏହାଦ୍ୱାରା ଶରୀରରେ ଦ୍ରୌବଲ୍ୟ ବା ଅବସନ୍ନତା ବଢ଼ିପାରେ।
/sambad/media/post_attachments/wp-content/uploads/2018/10/Navraatri-Fasting-Slide_8.jpg)
ଫୁସ୍ଫୁସ୍ ରୋଗୀ
ଯେଉଁମାନଙ୍କ ଫୁସ୍ଫୁସ୍ରେ ସାଂଘାତିକ ସମସ୍ୟା ଅଛି, ସେମାନେ ଉପବାସ ରଖିବା ଉଚିତ ନୁହେଁ। ଏହାଦ୍ୱାରା ସମସ୍ୟା ଆହୁରି ବଢ଼ିପାରେ।
/sambad/media/post_attachments/wp-content/uploads/2018/10/Navraatri-Fasting-Slide_9.jpg)
ଭର୍ଗବତୀ ମହିଳା
ଭର୍ଗବତୀ ମହିଳାମାନଙ୍କୁ ଭିଟାମିନ୍ ଓ ମିନେରାଲ୍ସ୍ ଦରକାର ହୋଇଥାଏ। ଯଦି ଏହି ସ୍ଥିତିରେ ଏମାନେ ଉପବାସ ରଖନ୍ତି ତା’ହେଲେ ମା’ ଓ ଶିଶୁ ଦୁଇ ଜଣଙ୍କ ପାଇଁ ସମସ୍ୟା ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Navraatri-Fasting-Slide_1.jpg)