ଘରୁ ନକାରାତ୍ମକ ଶକ୍ତି ଦୂରେଇବା ପାଇଁ ଏହି ସବୁ ନିୟମ ମାନନ୍ତୁ

ବେଳେ ବେଳେ ବହୁତ ପରିଶ୍ରମ କରିବା ପରେ ବି ସେପରି କୌଣସି ଆଖି ଦୃଶିଆ ସଫଳତା ମିଳିନଥାଏ। କର୍ମ ଉପରେ ହିଁ ଫଳ ନିର୍ଭର କରେ ଏକଥା ସତ ହେଲେ ବି ବେଳେ ବେଳେ ନକାରାତ୍ମକ ଓ ସକରାତ୍ମକ ଶକ୍ତିର ପ୍ରଭାବ ନିଶ୍ଚୟ ଅନୁଭୂତ ହୋଇଥାଏ। ତେବେ, ଆମେ କ’ଣ କଲେ ଆମ ଘରେ ସୁଖ,ସମୃଦ୍ଧି ବୃଦ୍ଧି ପାଇବ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

ଘରେ ପୂଜାପାଠ କରୁଥିବା ସମୟରେ ଧୂପ ଜାଳିବାକୁ ଭୁଲନ୍ତୁ ନାହିଁ। ଧୂପ ନିକଟରେ ନକାରାତ୍ମକ ଶକ୍ତିକୁ ଦୂରେଇ ଦେବାର ଗୁଣ ରହିଛି। ଧୂପ ଧୂଆଁ ମାନସିକ ଶାନ୍ତି ଦେବା ସହ ପରିବେଶକୁ ମଧ୍ୟ ସୁଦ୍ଧ କରିଥାଏ।

ଦୀପ ଲଗାଉଥିଲେ ସେଥିରେ କର୍ପୁରରୁ ଟିକେ ନିଶ୍ଚୟ ପକାନ୍ତୁ। କର୍ପୁର ମିଶା ଦୀପ ପରି ଝୁଣା ଲଗାଇବା ମଧ୍ୟ ଖୁବ୍‌ ଭଲ ହୋଇଥାଏ। ଝୁଣା ଧୂଆଁ ଘରୁ ନକାରାତ୍ମକ ଭାବ ଦୂରେଇ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରାଏ।

ଘରେ ପ୍ରତିଦିନ ସତେଜ ଫୁଲ ରଖନ୍ତୁ। ଫୁଲ ବାସ୍ନା ମନ ପ୍ରଫୁଲ୍ଳ ରଖିବା ସହ ଉତ୍ସାହ ଶକ୍ତି ବୃଦ୍ଧି କରାଏ। ସତେଜ ଫୁଲ ରଖାଯାଇଥିବା ସ୍ଥାନକୁ ନକାରାତ୍ମକ ଶକ୍ତି ଛୁଇଁପାରେନା।

ଧ୍ୟାନ କରିବା ବ୍ୟକ୍ତି ପକ୍ଷେ ଖୁବ୍‌ ଭଲ ହୋଇଥାଏ। ଧ୍ୟାନ କରିବା ଦ୍ୱାରା ମନ ସ୍ଥିର ହୁଏ। ସ୍ଥିର ମନକୁ ନକାରାତ୍ମକ ଶକ୍ତି ବିଶେଷ ପ୍ରଭାବ ପକାଇ ପାରେନାହିଁ।

ଶିଶୁଙ୍କୁ ହସିବା ପାଇଁ ବାରଣ କରନ୍ତୁ ନାହିଁ। ଘରେ ଛୋଟ ପିଲା ହସୁଥିଲେ, ଖେଳୁଥିଲେ କୌଣସି ନକାରାତ୍ମକ ଶକ୍ତି ପାଖ ପଶି ପାରେନା।

ସମ୍ବନ୍ଧିତ ଖବର