ଉପହାର ଉପହାର ହୋଇଥାଏ। ସେଥିରେ ଛୋଟ-ବଡ଼ କଳାନା କାରାଯାଏନି, ଦର-ଦାମ ବୁଝାଯାଏନି କି ଉପହାର ଦେଉଥିବା ଲୋକର ଭାବନାକୁ କୌଣସି ମତେ ବି ଆଘାତ ଦିଆଯାଏ ନାହିଁ। ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ଜଣେ ଅଜଣା ଲୋକ ଆଉ ଜଣେ ଅଜଣା ଲୋକକୁ କେବେ ଉପହାର ଦେବା ଆବଶ୍ୟକ ପଡ଼େ ନାହିଁ। ଉପହାର ଦେବା ପାଇଁ ସଂପର୍କଟିଏ ନଚେତ ଅତି କମ୍ରେ ପରିଚୟ ଟିକେ ଥିବା ନିହାତି ଦରକାର। ପରସ୍ପର ଭିତରର ଘନିଷ୍ଠତାକୁ ମଜ୍ବୁତ୍ କରିବା ପାଇଁ ଉପହାର ଏକ ମାଧ୍ୟମ। ମାତ୍ର ବେଳେ ବେଳେ ଏହା ସଂପର୍କରେ ତିକ୍ତତା ଭରିଦିଏ। ସନାତନ ଧର୍ମରେ ବିଶ୍ୱାସ କରାଯାଏ ଯେ ନିର୍ଦ୍ଦିଷ୍ଟ କେତୋଟି ଉପହାର ଦେବା ଦ୍ୱାରା ସଂପର୍କ ଖରାପ ହୋଇଥାଏ।
/sambad/media/post_attachments/wp-content/uploads/2018/06/06994d771234fb2a58fbddc52fee464f_1492695721-300x152.jpg)
ସେହି ଉପହାର ଗୁଡ଼ିକ ହେଉଛି କଲମ, ରୁମାଲ, ପିନ୍ଧା ବସ୍ତ୍ର, ଅତର ଇତ୍ୟାଦି। ବିଶ୍ୱାସ ରହିଛି ଯେ ଏହି ଉପହାର ଦେବାର କିଛି ଦିନ ମଧ୍ୟରେ ସଂପର୍କରେ ତିକ୍ତତା ଆସେ। ଧୀରେ ଧୀରେ ତାହା ସଂପର୍କ ଛିନ୍ନ କରିବା ପରିସ୍ଥିତିକୁ ଚାଲି ଆସେ। ଯଦି ବି ସଂପର୍କ ତିଷ୍ଠି ରହେ ସେଥିରେ ଆଉ ମିଠାପଣ ରହେ ନାହିଁ। ଏହାର ଏକ ସମାଧାନ ବାଟ ବି ରହିଛି। ଯଦି ଆପଣଙ୍କୁ ଆପଣଙ୍କର କେହି ପ୍ରିୟ ଲୋକ ଏପରି କିଛି ଉପହାର ଦେଉଛନ୍ତି ଆପଣ ତାଙ୍କୁ ଏହାର ପ୍ରତି ବଦଳରେ ଟଙ୍କାଟିଏ ହେଉ ଅବା ପାଞ୍ଚ ଟଙ୍କିଆଟେ ହେଉ ଦିଅନ୍ତୁ। ଫଳରେ ଧରାଯିବ କି ଆପଣଙ୍କୁ ସେ ତାହାକୁ ଉପହାର ଦେଇନାହାନ୍ତ। ବରଂ ଆପଣ ତାହାକୁ ତାଙ୍କଠାରୁ କିଣି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/d3b74256b7b42ba78b25da865189a728_1492695988.jpg)