ଦାନକୁ ସର୍ବଶ୍ରେଷ୍ଟ ଧର୍ମ କାର୍ଯ୍ୟ ଭାବେ ବିବେଚନା କରାଯାଏ। ଆମେ କରୁଥିବା ଦାନ କାହାର ଅସୁବିଧାକୁ ଦୂରେଇ ଦେଲେ ଅଜର୍ସ ପୂଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତାପରେ ବି ସବୁ ଜିନିଷ ପାଇଁ କିଛିଟା ନିର୍ଦ୍ଦିଷ୍ଟ ନିୟମ ରହିଛି। ଆପଣ ଯାହା ଚାହିଲେ ତାହା ଦାନ ଆକରରେ ଦେଇପାରିବେ ନାହିଁ। ଏମିତି କିଛି ନ ଦବା ଦ୍ରବ୍ୟ ଦାନ ଆକାରରେ ଦେଇ ଦେଲେ ନିଜ ପାଇଁ ଖରାପ ହୋଇଥାଏ। ନିମ୍ନରେ ଉଲ୍ଲେଖ କରାଯାଇଛି କେଉଁ କେଉଁ ଦ୍ରବ୍ୟକୁ ଦାନ ଆକାରରେ ଦେବା ନାହିଁ।
ବିଶ୍ୱାସ କରଯାଏ ଯେ କାହାକୁ ବି ଦାନ ଆକରରେ କୌଣସି ପ୍ଲାଷ୍ଟିକ୍ ଜିନିଷ ଦିଅନ୍ତୁ ନାହିଁ। ଏହା ଦାନ କରିବେ ଅଶୁଭ ହୋଇଥାଏ। ଦାରିଦ୍ର୍ୟର କାରଣ ବି ହୋଇଥାଏ।
ପ୍ଲାଷ୍ଟିକ୍ ପରି ଝାଡୁ ଦାନ କରିବାକୁ ବି ଅଶୁଭ ମନାଯାଏ। କାହାକୁ ଛାଡୁ ଦାନ କଲେ ଘରେ ଦୁର୍ଦଶା ଦେଖାଦିଏ ବୋଲି କଥା ରହିଛି।
/sambad/media/post_attachments/wp-content/uploads/2018/06/1f76a851fbd0e57fd851c089a9b67172_1483514749-300x191.png)
ପ୍ଲାଷ୍ଟିକ୍ ଓ ଝାଡୁ ପରି କେବେ କାହାକୁ ଷ୍ଟିଲ୍ ବାସନ ଦାନ କରିବା କଥା ଭାବିବେ ନାହିଁ। ଯଦି ବାସନ ଦାନ କରିବାକୁ ଚାହାନ୍ତି ତେବେ ପିତ୍ତଳ ବାସନ ଦାନ କରିପାରନ୍ତି।
ଅନେକ ଲୋକ ନିଜର ପୁରୁଣା ବସ୍ତ୍ର ଅନାଥ ଆଶ୍ରମରେ ଦାନ କରିଥାନ୍ତି। ମାତ୍ର କାହାକୁ ବି ନିଜର ପୁରୁଣା ବସ୍ତ୍ର ଦାନ କରନ୍ତୁ ନାହିଁ। ଏଥିରେ ନିଜର ଖରାପ ହୋଇଥାଏ।
ଏହା ବ୍ୟତୀତ ତେଲ, ରୁମାଲ, ବହି, ଅତର ଆଦିକୁ ଉଭୟ ଦାନ ଓ ଉପହାର ଆକାରରେ ଦେବା ପାଇଁ ବାରଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/9d64ad52990ae841d7a7c60a49cbaa50_1483514761.jpg)