ନୂଆଦିଲ୍ଲୀ: ସକାଳ ଜଳଖିଆ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳ ଜଳଖିଆ ଓଜନ ହ୍ରାସ କରିବା ଠାରୁ ନେଇ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣ କରିବା, ଶରୀରକୁ ଆବଶ୍ୟକ ଶକ୍ତି ଦେବା ଇତ୍ୟାଦି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଥିପାଇଁ ଜଳଖିଆରେ ସଠିକ୍ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଆବଶ୍ୟକ । ଯେଉଁମାନେ ୱାର୍କ ଆଉଟ କରୁଛନ୍ତି କିମ୍ବା ଡାଏଟିଂ କରୁଛନ୍ତି ସେମାନଙ୍କ ପାଇଁ ସଠିକ ଜଳଖିଆ କରିବା ନିହାତି ଆବଶ୍ୟକ ହୋଇଥାଏ। କାରଣ ସଠିକ ଭାବେ ସକାଳ ଜଳଖିଆ ନଖାଇଲେ ଶରୀରରେ ଓଜନ ହ୍ରାସ ହେବା ବଦଳରେ ଏହା ବଢ଼ିବଢ଼ି ଚାଲିଥାଏ।
ପ୍ରାୟତଃ ଲୋକମାନେ ସକାଳେ ବ୍ୟସ୍ତରେ ରହିଥାଆନ୍ତି। ଏହି କାରଣରୁ ସେମାନେ ଆରାମରେ ବସି ଜଳଖିଆ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଛିଡ଼ା ହୋଇ ନହେଲେ ନିଜ କାମ କରୁକରୁ ସେମାନେ ନିଜର ସକାଳ ଜଳଖିଆକୁ ଖାଇଥାଆନ୍ତି। ଏମିତି ଜଳଖିଆ ଖାଇବା ହେତୁ, ଯେତେବେଳେ ସେମାନଙ୍କ କାମ ସରି ଯାଇଥାଏ। ନଖାଇଲା ଭଳି ଲାଗିଥାଏ। ଆଉ ପୁନର୍ବାର ଭୋକ ହୋଇଥାଏ। ସେତେବେଳେ ଆମେ ନଭାବି ନଚିନ୍ତି ଯାହା ପାଇଲେ ତାହା ଖାଇ ଦେଇଥାଉ।
ସେହିପରି ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି, ଦିନସାରା ଡାଏଟିଂ କରୁଛନ୍ତି ଏବଂ ତଥାପି ଆପଣଙ୍କ ଓଜନ ହ୍ରାସ ହେଉନାହିଁ। ତେବେ ଆପଣଙ୍କର ସକାଳ ଜଳଖିଆ ଉପରେ ଧ୍ୟାନ ଦିଅନ୍ତୁ। ଏଥିରେ ବ୍ୟାକଡେଡ୍ ଖାଦ୍ୟ ଖାଉ ନାହାନ୍ତି ତ? କିମ୍ବା ପ୍ୟାକ୍ ହୋଇଥିବା ଫଳରସ ପିଉ ନାହାନ୍ତି ତ? ଏଭଳି ଖାଦ୍ୟ ଖାଇବା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ।
ସେହିପରି ଯଦି ଆପଣ ଜଳଖିଆରେ କ୍ୟାଲୋରୀ ବହୁତ କିନ୍ତୁ ପୁଷ୍ଟିକର ଖାଦ୍ୟ ସର୍ବନିମ୍ନ ରହିଛି। ତେବେ ଏହିପରି ଜଳଖିଆ ମଧ୍ୟ ଓଜନ ହ୍ରାସ କରିବା ପରିବର୍ତ୍ତେ ଆପଣଙ୍କ ଓଜନ ବୃଦ୍ଧି କରିଥା ଏ। ଆପଣ ସର୍ବଦା ଜଳଖିଆରେ ଉପଯୁକ୍ତ ପ୍ରୋଟିନ୍ ଖାଦ୍ୟ ଖାଆନ୍ତୁ। ଏତଦ ଦ୍ବାରା ଆପଣଙ୍କୁ ଅନେକ ସମୟ ଧରି ଭୋକ ବି ଲାଗିବ ନାହିଁ। ଆଉ ଓଜନ ବି ହ୍ରାସ ହେବ।