ମହିଳାମାନଙ୍କ ଗପସପରେ ସବୁଠାରୁ ଅଧିକ ଆଲୋଚ୍ୟ ପ୍ରସଙ୍ଗ ଥାଏ ସେମାନଙ୍କ ସ୍ୱାମୀ ବା ପ୍ରେମିକଙ୍କ ବିଷୟ। ମହିଳାମାନେ ସାଙ୍ଗମାନଙ୍କ ମେଳରେ ସେମାନଙ୍କ ପ୍ରେମିକ ବା ସ୍ୱାମୀଙ୍କ ବିଷୟରେ ସବୁ କଥା ଖୋଲି କରି କହି ଦେଇଥାନ୍ତି । କିନ୍ତୁ ତାହାର ପ୍ରଭାବ ସେମାନଙ୍କ ସାଥୀ ଉପରେ କିପରି ପଡ଼ିବ ତାହା ସେମାନେ ଭାବି ନ ଥାନ୍ତି । ଯଦି ଆପଣ ଏଭଳି କିଛି କରୁଛନ୍ତି ତେବେ ସେ ବିଷୟରେ ଦ୍ୱିତୀୟ ଥର ଭାବନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସାଥୀକୁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସେ ବିଷୟରେ ଭାବନ୍ତୁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କ ସାଥୀଙ୍କର କେଉଁ କଥା ଅନ୍ୟକୁ ଜଣାଇବା ଆଦୌ ଠିକ୍‌ ନୁହେଁ ।

Advertisment

୧. ସଂପର୍କ ଭିତରେ ଝଗଡ଼ା ହେବା ସ୍ୱାଭାବିକ କଥା, କିନ୍ତୁ ସେ ଝଗଡ଼ା ବିଷୟରେ ଅନ୍ୟକୁ ଜଣାଇବା ଏକ୍‌ଦମ୍‌ ଭୁଲ୍‌ । ବେଳେବେଳେ ମହିଳାମାନେ ନିଜର ଘରୋଇ ଝଗଡ଼ା ବିଷୟ ବାପଘରେ କହିଥାନ୍ତି । ଏପରି କରିବା ଦ୍ୱାରା ତାଙ୍କୁ ସାନ୍ତ୍ୱନା ତ ମିଳିଯାଏ, କିନ୍ତୁ ସ୍ୱାମୀଙ୍କ ପ୍ରତି ତାଙ୍କ ଘରଲୋକଙ୍କ ଦିୃଷ୍ଟିରେ ଥିବା ସମ୍ମାନ କମ୍‌ ହୋଇଯାଏ । ବୋଧହୁଏ ଏ ବିଷୟରେ ସେମାେନେ ଜାଣି ପାରନ୍ତି ନାହିଁ । ସେଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ା କାହାକୁ ନ କହି ନିଜ ନିଜ ଭିତରେ ସମାଧାନ କରିବା ଭଲ ।

publive-image
୨. ବାହାଘର ପରେ ଯେଉଁଠିକୁ ବି ଆପଣମାନେ ଯାଉଥିବେ, ସେଠି ଆପଣଙ୍କ ସ୍ୱାମୀ କ’ଣ କରୁଛନ୍ତି ଏବଂ ତାଙ୍କର ମାସିକ ଦରମା କେତେ ତାହା ସମସ୍ତେ ପଚାରିଥାନ୍ତି । ଯଦି ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ତେବେ ସେମାନଙ୍କୁ କେବେହେଲେ ନିଜ ସ୍ୱାମୀଙ୍କର ଦରମା ବିଷୟରେ କୁହନ୍ତୁ ନାହିଁ । କାରଣ ଆଜି ବି ଲୋକମାନେ ଅନ୍ୟର ସଂପତ୍ତି ଏବଂ ଟଙ୍କା ଦେଖି ସମ୍ମାନ ଦେଇଥାନ୍ତି ।

୩. ଯଦି ଆପଣଙ୍କ ସ୍ୱାମୀଙ୍କୁ କିଛି ଜିନିଷକୁ ଡର ଲାଗୁଥାଏ ବା ତାଙ୍କୁ କୌଣସି ରୋଗ ହୋଇଥାଏ ତେବେ ସେ ବିଷୟରେ କାହାକୁ କୁହନ୍ତୁ ନାହିଁ । ଯଦି ଆପଣ ସେ ବିଷୟରେ କାହାକୁ କୁହନ୍ତି ତେବେ ଲୋକମାନେ ଆପଣଙ୍କ ସ୍ୱାମୀଙ୍କୁ ଥଟା କରିବା ଆରମ୍ଭ କରିଦେବେ ଯାହାଦ୍ୱାରା ତାଙ୍କର ଆତ୍ମବିଶ୍ୱାସ କମ୍‌ ହେବା ସହ ସେ ଏକା ରହିବାକୁ ଲାଗିବେ ।