କରୋନାଠାରୁ ନିଜକୁ ଦୂରରେ ରଖିବା ପାଇଁ ଚାହୁଥିଲେ କରନ୍ତୁ ନାହିଁ ଏସବୁ କାମ
କରୋନାଭାଇରସ ଦିନକୁ ଦିନ ବିଭିନ୍ନ ଦେଶକୁ ବ୍ୟାପୁଥିବା ବେଳେ ଏହାର ସଂକ୍ରମଣରୁ ମୁକ୍ତ ରହିବା ପାଇଁ ଲୋକେ ସତର୍କ ରହିବା ଆରମ୍ଭ କରିଛନ୍ତି। ଘରୁ ମାସ୍କ ପିନ୍ଧି ବାହାରିବା ସହ ସାନିଟାଇଜରର ବ୍ୟବହାର କରୁଛନ୍ତି। ଏହା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ବିଭିନ୍ନ ଜନସମାଗମସ୍ଥଳୀକୁ ବନ୍ଦ ରଖିଛନ୍ତି ସରକାର। ତେବେ ଘରେ ରହି ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ବାହାରୁ ଆଣୁଥିବା କଞ୍ଚା ପରିବା ଖାଇ ଲୋକ ସଂକ୍ରମିତ ହେବାର ଆଶଙ୍କା ଥିବା ବେଳେ କିଭଳି ଆପଣ ନିଜକୁ ଏଭଳି ସଂକ୍ରମଣରୁ ଦୂରରେ ରଖିବେ, ଆଜି ଆମେ ଆପଣଙ୍କୁ ଜଣାଇବୁ।
Sambad is now on WhatsApp
Join and get latest news updates delivered to you via WhatsApp
୧. କରୋନାଭାଇରସ ସିଧାସଳଖ ଭାବରେ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ଆକ୍ରମଣ କରିଥାଏ। ବାହାରୁ କିଣୁଥିବା କଞ୍ଚା ପରିବାକୁ ଧୋଇଲେ ମଧ୍ୟ ଏହା ଉପରେ ଜୀବାଣୁ ରହିଯାଇଥାନ୍ତି। ସେଥିପାଇଁ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ କିଛି ଦିନ ପର୍ଯ୍ୟନ୍ତ ଆପଣ ସାଲାଡ୍ ଖାଆନ୍ତୁ ନାହିଁ। ଯେତେ ସମ୍ଭବ ରନ୍ଧା ଖାଦ୍ୟ ଖାିଇବାକୁ ଚେଷ୍ଟା କରନ୍ତୁ।
୨. ଫାଷ୍ଟ ଫୁଡ୍ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଏହା ପ୍ରସ୍ତୁତ କରିବା ସମୟରେ ସ୍ବଚ୍ଛତା ଉପରେ ସେତେଟା ଧ୍ୟାନ ଦିଆଯାଇ ନଥାଏ। ଏମିତି କି ଫାଷ୍ଟ୍ ଫୁଡ୍ ତିଆରି କରୁଥିବା ଲୋକଙ୍କୁ ଥଣ୍ଡା ଜ୍ବର ମଧ୍ୟ ହୋଇଥାଇପାରେ। ତେବେ ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଫାଷ୍ଟ ଫୁଡ୍ ଖାଇବା ବନ୍ଦ କରିଦିଅନ୍ତୁ।
୩. କିଛି ଦିନ ପର୍ଯ୍ୟନ୍ତ ଘରେ କିମ୍ବା ବାହାରେ ବା ଅଫିସରେ କାହା ସହ ଖାଆନ୍ତୁ ନାହିଁ କି କାହାର ଅଇଁଠା ଖାଆନ୍ତୁ ନାହିଁ।
୪. କରୋନାଭାଇରସ ସଂକ୍ରମଣର ପ୍ରାଥମିକ ଲକ୍ଷଣ ଥଣ୍ଡା ଜ୍ବର ହୋଇଥିବା ବେଳେ ଏଭଳି ପରିସ୍ଥିତିରେ ଆଇସକ୍ରିମ୍ ଜମା ବି ଖାଆନ୍ତୁ ନାହିଁ।
୫.ସନ୍ଧ୍ୟା ସମୟରେ ଜୁସ୍ ପିଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଏଥିପାଇଁ ସନ୍ଧ୍ୟା ସମୟରେ ଜୁସ୍ ପିଅନ୍ତୁ ନାହିଁ।