ଇଣ୍ଟରନେଟରେ ଭାଇରାଲ୍ ହେଉଛି ଆଇଏଏସ୍ ଟିନା ଡାବିଙ୍କ ନୂଆ ହେୟାର୍ ଷ୍ଟାଇଲ୍

ନୂଆଦିଲ୍ଲୀ: ଆଇଏଏସ୍ ଟିନା ଡାବି ତାଙ୍କର ନୂଆ ହେୟାର୍ ଷ୍ଟାଇଲ୍ ପାଇଁ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ ଅଛନ୍ତି । ସୋସିଆଲ ମିଡିଆରେ ଟିନା ଯାହା ବି ପୋଷ୍ଟ କରନ୍ତି ତାହା ଭାଇରାଲ୍ ହୋଇଥାଏ । ତାଙ୍କ ପ୍ରଶଂସକଙ୍କ କଥା କହିବାକୁ ଗଲେ, ତାଙ୍କ ନିଜ ଇନଷ୍ଟାଗ୍ରାମରେ ପାଖାପାଖି ୧୬ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି ।  ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରିବା ପରେ ଏବେ ଟ୍ରେଣ୍ଡରେ ରହିଛନ୍ତି ଆଇଏଏସ୍ ଟିନା ଡାବି ।

ଏହି ଭିଡିଓରେ, ଟିନା ହେୟାର ସେଲୁନରେ ବସିଥିବା ବେଳେ ତାଙ୍କ କେଶ ଶୁଖାଉଥିବା ଦେଖିବାକୁ ମିଳିଛି । ଟିନା ତାଙ୍କ କେଶକୁ ରଙ୍ଗ କରିବା ସହ ଏହାକୁ ଏକ ନୂଆ ଲୁକ୍ ଦେଇଛନ୍ତି । ଏଥିରେ ଟିନାଙ୍କ ମେକଅପ୍ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଉଛି । କେହି କେହି ପ୍ରଶଂସକ ଟିନାଙ୍କ ଏହି ନୂଆ ହେୟାର୍ ଷ୍ଟାଇଲ୍କୁ ଖୁବ୍ ପସନ୍ଦ କରିଥିବା ବେଳେ ମତ ରଖିଛନ୍ତି ଯେ, ‘ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି’ ତ  ଆଉ କେହି ଲେଖିଛନ୍ତି ‘ଅତିସୁନ୍ଦର’।

ଏଥିସହିତ, ଦିୱାଲି ସମୟରେ ଏକ ଫଟୋ ସେୟାର କରିଥିଲେ ଆଇଏଏସ୍ ଟିନା, ଯେଉଁଥିରେ ସେ ଜଣେ ଫ୍ୟାଶନିଷ୍ଟଙ୍କଠାରୁ କମ୍ ଦେଖାଯାଉନାହାନ୍ତି । ଟିନା କହିଛନ୍ତି ଯେ, ତାଙ୍କୁ କେଶ ଖୋଲା ରଖିବାକୁ ବହୁତ ଭଲ ଲାଗେ ଏବଂ ସେଲଫି ନେବାକୁ ମଧ୍ୟ ପସନ୍ଦ କରନ୍ତି । ପୁଣି ଅନ୍ୟ ଏକ ଫଟୋରେ ନୀଳ ସୁଟରେ ନଜର ଆସିଛନ୍ତି ଟିନା । ଏଥିସହିତ, ତାଙ୍କ ବିନ୍ଦି ଏବଂ ଲାଲ୍ ଲିପଷ୍ଟିକ୍ ପୂରା ଲୁକକୁ ସଂପୂର୍ଣ୍ଣ କରୁଛି ।

ସମ୍ବନ୍ଧିତ ଖବର