ମଣିଷ ପାଇଁ ନୂଆ ବିପଦ: ଜାପାନରେ ମାଂସ ଖାଉଥିବା ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବ୍ୟାପୁଛି, ମାତ୍ର ୨ ଦିନରେ ଜୀବନ ନେଉଛି

ଟୋକିଓ: ଜାପାନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫେକସିୟସ ଡିଜିଜ୍‌ର ସଦ୍ୟତମ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୭୭ଟି ଷ୍ଟ୍ରେପଟୋକୋକାଲ୍ ଟକ୍ସିକ୍ ଶକ୍ ସିଣ୍ଡ୍ରୋମ (ଏସଟିଏସଏସ) ଅର୍ଥାତ୍ ମାଂସ ଖାଉଥିବା ବ୍ୟାକ୍ଟେରିଆ ସଂକ୍ରମଣରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କୁ ରିପୋର୍ଟ କରାଯାଇଛି। ଗତ ବର୍ଷ ଏହି ମାମଲା ସଂଖ୍ୟା ୯୪୧ ଥିଲା। ଜାପାନରେ ବ୍ୟାପିଥିବା ଏହି ବିରଳ ରୋଗ ୨ ଦିନରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥାଏ। ରିପୋର୍ଟ ଅନୁଯାୟୀ,

ଚଳିତ ବର୍ଷ ଜାପାନରେ ମାମଲା ସଂଖ୍ୟା ୨,୫୦୦ ଅତିକ୍ରମ କରିପାରେ। ଦେଶରେ ଏହି ରୋଗ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ବୋଲି ଆକଳନ ରିପୋର୍ଟରେ ପ୍ରକାଶ ପାଇଛି। ଜଣେ ଆକ୍ରାନ୍ତ ମାତ୍ର ୪୮ ଘଣ୍ଟା ମଧ୍ୟରେ ମରିପାରନ୍ତି । ଜାପାନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫେକସିୟସ ଡିଜିଜ୍‌ର ୧୯୯୯ ମସିହାରୁ ଏସଟିଏସଏସର ଟ୍ରାକିଂ କରୁଛି।

ଗ୍ରୁପ୍ ଏ ଷ୍ଟ୍ରେପ୍ଟୋକୋକସ୍ (ଜିଏଏସ)ର ଲକ୍ଷଣ ପ୍ରାୟତଃ ପିଲାମାନଙ୍କଠାରେ ଦେଖାଯାଏ । ଏହି ସକ୍ରମଣରେ ପିଲାମାନେ ଫୁଲିଯିବା ଏବଂ ଗଳା ଯନ୍ତ୍ରଣା ଅନୁଭବ କରନ୍ତି । ଏହାକୁ ଷ୍ଟ୍ରେପ୍ ଥ୍ରୋଟ୍ ମଧ୍ୟ କୁହାଯାଏ । ଅଙ୍ଗରେ ଯନ୍ତ୍ରଣା ଏବଂ ଫୁଲା, ଜ୍ୱର, ନିମ୍ନ ରକ୍ତଚାପ ମଧ୍ୟ ଏହାର ଗମ୍ଭୀର ଲକ୍ଷଣ। ଏଥିରେ ଆକ୍ରାନ୍ତଙ୍କର ନେକ୍ରୋସିସ୍, ଅଙ୍ଗ ବିଫଳତା, ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ମୃତ୍ୟୁ ହୋଇପାରେ । ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ରୋଗର ସଂକ୍ରମିତ ହେବାର ଆଶଙ୍କା ଅଧିକ । ଟୋକିଓ ମହିଳା ମେଡିକାଲ ୟୁନିଭରସିଟିର ବିଶେଷଜ୍ଞଙ୍କ ମତ ମଧ୍ୟ ଏହା ସହିତ ଭିନ୍ନ । ଅଧିକାଂଶ ଲୋକଙ୍କର ମୃତ୍ୟୁ ୪୮ ଘଣ୍ଟା ମଧ୍ୟରେ ଘଟିଥାଏ ।

ଏହି ରୋଗର ସଂକ୍ରମଣ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳିଛି। ୫ ୟୁରୋପୀୟ ଦେଶ ଡବ୍ଲୁଏଚଓ ସଂକ୍ରମଣର ବୃଦ୍ଧି ବିଷୟରେ ଜଣାଇଛନ୍ତି । ଏସଟିଏସଏସର ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏଥି ସହିତ, ଡବ୍ଲୁଏଚଓ କହିଛି ଯେ କୋଭିଡ କଟକଣା ହଟାଇବା ପରେ ଏହି ମାମଲା ବୃଦ୍ଧି ପାଇଛି। ଚଳିତ ୨୦୨୪ ବର୍ଷରେ ମୃତ୍ୟୁ ହାର ୩୦ ପ୍ରତିଶତ ଏବଂ ମାମଲା ୨,୫୦୦ ଅତିକ୍ରମ କରିପାରେ। ଲୋକମାନେ ଲଗାତାର ହାତ ସଫା କରିବା ଉଚିତ୍ ଏବଂ ତୁରନ୍ତ ଡାକ୍ତରଙ୍କ ଦ୍ୱାରା କ୍ଷତର ଚିକିତ୍ସା କରାଇବା ଉଚିତ୍ | ଜିଏଏସ ସଂକ୍ରମଣ ରୋଗୀର ଅନ୍ତଃନଳୀରେ ମଧ୍ୟ ବ୍ୟାପିପାରେ ।

ସମ୍ବନ୍ଧିତ ଖବର