ରାତିରେ କେଶ ସଫା କରିବା କ୍ଷତିକାରକ ହୋଇପାରେ, ଜାଣନ୍ତୁ କାହିଁକି

କେତେକ ମହିଳା ସକାଳ ସମୟରେ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ ଆଉ ମହିଳା ରାତିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ଆଉ କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ କି ଉଭୟ ସକାଳ ଓ ସନ୍ଧ୍ୟାରେ ମଧ୍ୟ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ତେବେ, କିଏ ଓ କେତେବେଳେ ଗାଧୋଇବାକୁ ପସନ୍ଦ କରୁଛନ୍ତି ସେଇଟା ମୁଖ୍ୟ ପ୍ରସଙ୍ଗ ନୁହେଁ । ମୁଖ୍ୟ ପ୍ରସଙ୍ଗ ହେଲା ଆପଣ କେଉଁ ସମୟରେ କେଶ ସଫା କରିବାକୁ ବେଶୀ ପସନ୍ଦ କରନ୍ତି । ଯଦି ଆପଣ ରାତିରେ କେଶ ସଫା କରିବାକୁ ଭଲ ପାଆନ୍ତି, ତେବେ ଏହା ଆପଣଙ୍କ କେଶ ପାଇଁ କ୍ଷତିକାରକ ହୋଇଥାଏ ।

photo-oneindia

କିଛି ମହିଳା ସକାଳେ  ସମୟ ନଥିବା ଭାବି ରାତିରେ ହିଁ କେଶ ସଫା କରନ୍ତି । କିନ୍ତୁ ବୋଧହୁଏ ଆପଣ ଜାଣିନାହାଁନ୍ତି ,ଏହା କରିବା ଆପଣଙ୍କ କେଶପାଇଁ କେତେ କ୍ଷତିକାରକ ! ଏକ ଗବେଷଣାରୁ ଯାହା ସୂଚନା ମିଳିଛି, ରାତି ସମୟରେ କେଶ ଧୋଇବା ଦ୍ୱାରା ଅଧିକ ପରିମାଣରେ କେଶ ଝଡ଼ିଥାଏ , କାରଣ ରାତିରେ କେଶ ଧୋଇବା ଦ୍ୱାରା ଏହା ଭଲ ଭାବରେ ଶୁଖି ନ ଥାଏ ଏବଂ ଓଦା ରହିବା ଯୋଗୁଁ ଏହାର ମୂଳ ଅତ୍ୟନ୍ତ ନରମ ହୋଇଯାଇଥାଏ, ଯାହା ଫଳରେ ଅଧିକ ପରିମାଣରେ କେଶ ଝଡ଼ିଥାଏ ।
ଯଦି ଆପଣ ଓଦା କେଶରେ ଶୁଅନ୍ତି କିମ୍ବା ଶୋଇବା ସମୟରେ ବାରମ୍ବାର କଡ଼ ଲେଉଟାନ୍ତି ତେବେ ଏହା ଦ୍ୱାରା ଶୁଖିଲା କେଶ ଝଡିବା ଅପେକ୍ଷା  ଅଧିକ ମାତ୍ରାରେ ଓଦା କେଶ ଝଡ଼ିଥାଏ । ଏହା ବ୍ୟତୀତ,କେଶକୁ ରାତିରେ ଧୋଇବା ଦ୍ୱାରା ଆଉ ଏକ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ କେଶ ସଂପୂର୍ଣ୍ଣ ଭାବରେ ଶୁଖି ନ ଥାଏ, ତେବେ ଆପଣ କରିଥିବା ହେୟାର ଷ୍ଟାଇଲ ଖରାପ ହୋଇଯିବାର ଅଧିକ ସମ୍ଭାବନା ଦେଖା ଦେଇଥାଏ । ଏହାର ଗୋଟିଏ ମାତ୍ର ଉପାୟ ହେଲା, ଯଦି ଆପଣ ରାତିରେ କେଶ ଧୋଉଛନ୍ତି ତାହାହେଲେ ତାକୁ ଭଲଭାବରେ ଶୁଖାଇବା ପୂର୍ବରୁ ଶୁଅନ୍ତୁ ନାହିଁ ।

ସମ୍ବନ୍ଧିତ ଖବର