ଏହି ସବୁ ଫଳ ଖାଉଛନ୍ତି କି ? ସାବଧାନ ନ ହେଲେ ହୋଇପାରନ୍ତି ନିପା ଭାଇରସ୍‌ର ଶିକାର

ବିଗତ କିଛି ଦିନ ହେବା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ନିପା ଭାଇରସ୍‌ । କେରଳରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଧୀରେଧୀରେ ଅନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ୟୁଏଚ୍‌ଓ) ତରଫରୁ କିଛି ଫଳ ଏବଂ ପଶୁଙ୍କ ଠାରୁ ଦୂରେଇ ରହିବା ପାଇଁ ସୂଚନା ଦିଆଯାଇଛି । ଏହି ଭାଇରସ୍‌ ଦ୍ୱାରା କେରଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଭାଇରସ୍‌ ବାଦୁଡ଼ି ଖାଇଥିବା ଅଇଁଠା ଫଳରୁ ବ୍ୟାପୁଛି ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ବାଦୁଡ଼ି ଆମ୍ବ, କଦଳୀ, ପିଜୁଳୀ ଓ ଖଜୁରୀ ଖାଇଥାଆନ୍ତି। ତେଣୁ ଏସବୁ ଫଳ କିଣିବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି।

– ଫଳ କିଣିବା ସମୟରେ ଧ୍ୟନ ଦିଅନ୍ତୁ କି କୌଣସି ଫଳ ଖଣ୍ଡିଆ କିମ୍ବା ପଚା ହୋଇ ନ ଥିବ । ବର୍ତ୍ତମାନ ଆମ୍ବର ଋତୁ, ତେଣୁ ଦେଖି ନିଅନ୍ତୁ ଆମ୍ବରେ କଟା ଦାଗ କିମ୍ବା ଖଣ୍ଡିଆ ନାହିଁତ!
– ସେହିପରି ପିଜୁଳି ଓ କଦଳୀ ଆଦି କିଣିବା ପୂର୍ବରୁ ସଠିକ ଭାବେ ପରଖି ଦେଖନ୍ତୁ । ଯଦି ଆପଣଙ୍କ ବାଡ଼ିରେ ପିଜୁଳି କିମ୍ବା କଦଳୀ ଫଳିଛି, ତେବେ ତାକୁ ଖାଇବା ପୂର୍ବରୁ ଭଲ ଭାବେ ଦେଖନ୍ତୁ।
– ଫଳ ଖାଇବା ପୂର୍ବରୁ ତାହାକୁ ପରିସ୍କାର ପାଣିରେ ଅତିକମରେ ଦୁଇ ଥର ଧୋଇ ରଖନ୍ତୁ।

Office Fruit Delivery Dublin

-ଖଜୁରୀ ଖାଇବା ବେଳେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ। ଖଜୁରୀ ବାଦୁଡ଼ିଙ୍କର ପ୍ରିୟ ଖାଦ୍ୟ। ଆଉ ବଜାରରେ ମିଳୁଥିବା ଖଜୁରୀ ଦେଖି ଆପଣ ଜାଣି ପାରିବେ ନାହିଁ କି ଏହା ବାଦୁଡ଼ି ଅଇଁଠା କରିଛି କି ନାହିଁ। ତେଣୁ ଭଲ ଭାବେ ନ ଧୋଇ ଆଦୌ ଖାଆନ୍ତୁ ନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଉପଚାର କିମ୍ବା ଔଷଧ ବାହାରି ନଥିବା ବେଳେ କିଛି ସାଧାରଣ ସୁରକ୍ଷା ଅବଲମ୍ବନ କରି ଆପଣ ଏଥିରୁ ନିଜକୁ ରକ୍ଷା କରିପାରିବେ ।

ସମ୍ବନ୍ଧିତ ଖବର