ଜ୍ୱର ଓ ମୁଣ୍ଡାବିନ୍ଧ ହେବା ସହ ଏହି ସବୁ ଲକ୍ଷଣ ଦେଖାଗଲେ ନିପା ଭାଇରସ୍‌ ଆକ୍ରାନ୍ତ ହୋଇଛି ବୋଲି ଜାଣନ୍ତୁ

ଦିନକୁ ଦିନ ବଢିଚାଲିଛି ନିପା ଭାଇରସର ପ୍ରଭାବ । ଏହି ଭାଇରସ ବାଲାଂଦେଶରୁ ଆସିଥିବା କୁହାଯାଉଥିବା ବେଳେ ଏହା ଭାରତର ଅନେକ ସ୍ଥାନରେ ବ୍ୟାପିଲାଣି । ପଶ୍ଚିମ ବଙ୍ଗଳାର ରାଜଧାନୀ କୋଲକାତାରେ ନିପାହ ଭାଇରସ ସଂକ୍ରମଣରେ ଜଣେ ଯବାନ ଶିନୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ନିପା ଭାଇରସ କେରଳ ଏବଂ କର୍ଣ୍ଣାଟକରେ ବହୁ ଲୋକଙ୍କ ଜୀବନ ନେବା ପରେ ଏବେ କୋଲକାତାରେ ପହଞ୍ଚିଛି ।

ସେହିପରି ନିପା ଭାଇରସ କେରଳରେ ୧୫ ଜଣଙ୍କ ଜୀବନ ନେଇ ସାରିଲାଣି । କେରଳର କୋଝିକୋଡ ଜିଲ୍ଲାରେ ବୁଧବାର ଆଉ ୨ ଜଣ ବ୍ୟକ୍ତି ନିପା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେପଟେ ଏହି ରୋଗରେ ଆଉ ୯ଜଣ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିପା ଭାଇରସ ଯୋଗୁ କେରଳ ଓ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି ।

ନିପା ଭାଇରସ ଆକ୍ରାନ୍ତ କରିଥିବା ବ୍ୟକ୍ତିଙ୍କର ଜ୍ୱର ଓ ମୁଣ୍ଡବିନ୍ଧା ହୋଇଥାଏ। ପ୍ରଥମେ ଆକ୍ରାନ୍ତକାରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖା ଦେଇଥାଏ । ନ୍ୟୁରୋଲୋଜିକାଲ ସମସ୍ୟା, ପ୍ରବଳ ମୁଣ୍ଡବିନ୍ଧା, ମାଂସପେଶୀରେ ସମସ୍ୟା, ଅଳସୁଆ ଲାଗିବା, ଓ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଥିଲେ ଏହା ନିପା ଭାଇରସର ସଂକେତ ଦେଇଥାଏ ।

ନିପା ଭାଇରସରୁ କେମିତି ପାଇବେ ରକ୍ଷା

୧. ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ।
୨. ଏନଏଚ ୯୫ ଗ୍ରେଡ଼ କିମ୍ବା ଏହାଠାରୁ ଉଚ୍ଚ ମାସ୍କ ପିନ୍ଧିବା ଆବଶ୍ୟକ।
୩. ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁୁ ।
୪. ପକ୍ଷୀ ମାନେ ଯେଉଁ ଫଳ ଖାଇଥାନ୍ତି ତାହା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରୁହନ୍ତୁ।
୫. ଖାସକରି ପଶୁ ଓ ପକ୍ଷୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଯ ଘୋଡ଼ା, ବାଦୁଡ଼ି, କୁକୁରଙ୍କ ଠାରୁ ଯଥାସମ୍ଭବ ଦୁରେଇ ରୁହନ୍ତୁ।


୬. ଖାଇବା ପୂର୍ବରୁ ଫଳ ଗୁଡ଼ିକୁ ଭଲ ଭାବେ ଧୋଇ ନିଅନ୍ତୁ।
୭. ଘରକୁ ସଫାସୁତରା ରଖନ୍ତୁ ଯ ଖାସକରି ଶିଶୁ ମାନଙ୍କୁ ସଫା ସୁତରା ରଖନ୍ତୁ।
୮. ଘରର ଝରକା ବନ୍ଦ କରି ରଖନ୍ତୁ ନଚେତ ଖୁବ କମ ସମୟ ଝରକା ଖୋଲନ୍ତୁ।
୧୦. ଅବ୍ୟବହୃତ ନଳକୂଅର ପାଣି ବ୍ୟବହାର କରନ୍ତୁ ନାହିଁ କି ଏହାର ଆଖ ପାଖକୁ ମଧ୍ୟ ଯାଆନ୍ତୁ ନାହିଁ।
୧୧. ୨ ଦିନରୁ ଅଧିକ ଜ୍ୱର ରହୁଛି କିମ୍ବା ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

ସମ୍ବନ୍ଧିତ ଖବର