ବହୁ ପ୍ରେମିକ-ପ୍ରେମିକା କହନ୍ତି ଯେ ସେମାନଙ୍କର ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଥିଲା। ଆଉ କେତେକ କହନ୍ତି ଯେ ସେମାନଙ୍କର ପରସ୍ପର ପ୍ରତି ପ୍ରଥମ ଦେଖାରେ ଆଦୌ ଶାରୀରିକ ଆକର୍ଷଣ ନଥିଲା। ହେଲେ ଏଇ ନିକଟରେ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ ପ୍ରଥମ ଦେଖାରେ ପ୍ରେମ ହୁଏ ନା ,ବରଂ ଏହା କେବଳ ଶାରୀରିକ ଆକର୍ଷଣ ।

Advertisment

ହଁ ନେଦରଲାଣ୍ଡର ଏକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅନଲାଇନ୍‌ ସର୍ଭେରେ ଏହା କୁହାଯାଇଛି। ଏହି ଅନୁସନ୍ଧାନରେ ୩୯୬ ଜଣ ଯୁବକ-ଯୁବତୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ଭିତରୁ ୬୦ ପ୍ରତିଶତ ଥିଲେ ମହିଳା। ଏମାନଙ୍କ ଅଧିକାଂଶଙ୍କ ମତ ଥିଲା ଯେ ପ୍ରଥମ ଦେଖାରେ ପ୍ରେମ ହୋଇ ନଥିଲା ଏହା କେବଳ ଶାରୀରିକ ଆକର୍ଷଣ ଥିଲା। ସେମାନ କଥାରେ ନୁହେଁ କି ବ୍ୟବହାରରେ ନୁହେଁ ବରଂ ଅଙ୍ଗର ଗଠନ ଏବଂ ମୁଖର ସୌନ୍ଦର୍ଯ୍ୟ ହେତୁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ବୋଲି ସ୍ୱୀକାର କରିଛନ୍ତି।

ସେମାନଙ୍କୁ ଅନଲାଇନ ପ୍ରଶ୍ନ କରାଯାଇଥିଲା ଯାହାର ମନ ଖୋଲା ଉତ୍ତର ଦେଇଥିଲେ ସେମାନେ। ସେମାନଙ୍କୁ ପ୍ରଥମ ଦେଖାରେ ପ୍ରେମ,ଅନ୍ତରଙ୍ଗତା, ବିଶ୍ୱାସ,ପିପାସା ଏବଂ ଶାରୀରିକ ଆକର୍ଷଣ ଉପରେ ରେଟିଂ ଦେବାଲାଗି କୁହାଯାଇଥିଲା । ଏଥିରୁ ସବୁଠୁ ବେଶୀ ରେଟିଂ ମିଳିଥିଲା ଶାରୀରିକ ଆକର୍ଷଣକୁ। ପରେ ସେମାନଙ୍କଠାରୁ ଗବେଷକମାନେ ଜାଣି ପାରିଥିଲେ ଯେ ସଚ୍ଚା ପ୍ୟାର୍‌ ହୁଏ ନା ପ୍ରଥମ ଦେଖାରେ।