ଲଗାତାର ବେକ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ ହେଉଛି କି? ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ…

ଲଗାତାର ମୁଣ୍ଡକୁ ତଳକୁ କରି ସ୍ମାର୍ଟଫୋନ ବ୍ୟବହାର କରୁଥିବା ଲୋକମାନଙ୍କ ମଧ୍ୟରେ ବେକ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ ହେବା ଏବେ ସାଧାରଣ ହୋଇଗଲାଣି । ଯେଉଁ ଲୋକମାନେ ଅଧିକ ସମୟ ଟେକ୍ସଟ୍‌ ମେସେଜ୍‌ ଏବଂ ୱେବ୍ ବ୍ରାଉଜିଙ୍ଗ୍‌ କରୁଛନ୍ତି, ସେମାନଙ୍କ ପାଖରେ ବେକ ଏବଂ କାନ୍ଧର ଯନ୍ତ୍ରଣା ହେବା ଭଳି ସମସ୍ୟା ଅଧିକ ଦେଖା ଦେଉଛି । ଏକ ଗବେଷଣାରୁ ଏଭଳି ସମସ୍ୟାକୁ ନୋମୋଫୋବିଆର ନାମ ଦିଆ ଯାଇଛି । ଯେଉଁ ଲୋକମାନେ ଫୋନର ବ୍ୟବହାର ଅଧିକ କରିଥାନ୍ତି, ସେମାନଙ୍କ ପାଖରେ ନୋମୋଫୋବିଆ ହେବାର ଆଶଙ୍କା ଅଧିକ ରହିଥାଏ । ନୋମୋଫୋବିଆ ହେଲେ, ଲୋକମାନଙ୍କ ମନରେ ଫୋନ ହଜିଗଲେ ମୁଁ କେମିତି ବଞ୍ଚିବି ଭଳି ଭାବନା ଆସିଥାଏ । ଯେଉଁ ଲୋକଙ୍କୁ ଏହି ରୋଗ ହୋଇଥାଏ,ତାଙ୍କୁ ନୋମୋଫୋନ କୁହାଯାଏ । ଏହି ରୋଗ ହେଲେ ଲୋକମାନେ ଫୋନକୁ ଗୋଟେ ମିନିଟ୍‌ ପାଇଁ ବି ନିଜଠୁ ଦୂର କରନ୍ତି ନାହିଁ ।

Image result for nomophobia
Mental Floss

ଦୁଇ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ଫୋନକୁ ଦେଖିବା ଦ୍ୱାରା ନିଦ କମ ହୋଇଥାଏ । ୟୁନାଇଟେଡ୍‌ କାୟରୋପ୍ରୋକ୍ଟିଭ୍‌ ଆସୋସିଏସନ୍‌ ଅନୁଯାୟୀ, ଲଗାତାର ଫୋନର ବ୍ୟବହାର କରିବା ଦ୍ୱାରା କାନ୍ଧ ଏବଂ ମୁଣ୍ଡ ତଳକୁ ହୋଇ ରହିଥାଏ । ଯାହାଦ୍ୱାରା ଗଭୀର ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହାର ପ୍ରଭାବ ସିଧାସଳଖ ଭାବରେ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ । କାହା ଆଗରେ ମୂର୍ଖ ନ ଲାଗିବା ସହ ନିଜ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ କିଛି ଲୋକ ଫୋନରେ ବ୍ୟସ୍ତ ରହିବାର ନାଟକ କରିଥାନ୍ତି । କିନ୍ତୁ ଏଭଳି କରି ସେମାନେ ନିଜ ଆତ୍ମବିଶ୍ୱାସକୁ କମ କରିଥାନ୍ତି ।

Image result for nomophobia
Psychology Today
ସମ୍ବନ୍ଧିତ ଖବର