ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ: ୧, ୧୦, ୧୯ ଓ ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଏକ (୧)

ଏ ବର୍ଷ ଆପଣଙ୍କର ବ୍ୟକ୍ତିତ୍ଵ ସୂର୍ଯ୍ୟ ଭଳି ଚମକିବ। ଜୁନ୍‌ରୁ ସେପ୍‌ଟେମ୍ବର ମାସ ଭିତରେ ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ। ବ୍ୟବସାୟର ବିସ୍ତାର ଓ ଶିଳ୍ପସଂସ୍ଥା ଗଢ଼ିବାରେ ସଫଳ ହେବେ। ଚାକିରିରେ ପ୍ରଭାବ ବଢ଼ିବ ଓ ପଦୋନ୍ନତି ମିଳିପାରେ। ଚାକିରି ସନ୍ଧାନରେ ଥିବା ବ୍ୟକ୍ତିମାନେ ଫେବ୍ରୁଆରି, ଅପ୍ରେଲ ଓ ନଭେମ୍ବର ମାସ ମଧ୍ୟରେ ବଢ଼ିଆ ଚାକିରି ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ରାଜ୍ୟରେ କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖମୟ ଓ ଶାନ୍ତିମୟ ହେବ। ପ୍ରେମ ପ୍ରସଙ୍ଗ ପାଇଁ ବର୍ଷଟି ଭଲ। ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଛାତ୍ରୀମାନେ ଚମତ୍କାର ଫଳାଫଳ କରିବେ; ବିଶେଷ କରି ଆଇ.ଏ.ଏସ୍‌ ଏବଂ ଓ. ଏ.ଏସ୍‌ ଛାତ୍ରୀ। ଯେଉଁମାନେ ପାଚନ ପ୍ରକ୍ରିୟାରେ ସମସ୍ୟା ଓ ହୃଦ୍‌ରୋଗରେ ପୀଡ଼ିତ ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ଶୁଭଅକ୍ଷର: ଏ, ଗ ଏବଂ ହ।
ଶୁଭରତ୍ନ: ମାଣିକ୍ୟ ଓ ଗାର୍‌ନେଟ୍‌।
ଶୁଭସ୍ଥାନ: ସମ୍ବଲପୁର, ଯାଜପୁର ଓ ବାରିପଦା।

ସମ୍ବନ୍ଧିତ ଖବର