ଆପଣଙ୍କ ଲାଗି ଏ ବର୍ଷଟି ନୂଆ ଅବସର ଓ ନୂଆ ସୁବିଧା ନେଇ ଆସିଛି। ଆପଣ ପ୍ରତିଟି କାର୍ଯ୍ୟ ମନଯୋଗରେ କରି ନିଜର ସୌଭାଗ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ। ଅକ୍ଟୋବର ଓ ନଭେମ୍ବର ମାସରେ ସାମାନ୍ୟ ପରିଶ୍ରମ କରି ବେଶି ଆୟର ଚିନ୍ତା ପରିହାର କରନ୍ତୁ। ଏହା ଆପଣଙ୍କୁ ଅଧିକ ଅସୁବିଧାରେ ପକାଇପାରେ। ଯେଉଁମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ, ସେମାନେ ଅପ୍ରେଲ, ମଇ, ଅଗଷ୍ଟ ମାସ ଭିତରେ ସବୁ ଦିଗରୁ ସାହାଯ୍ୟ ସହଯୋଗ ପାଇପାରିବେ। ଚାକିରିଜୀବୀ ମାନଙ୍କ ପାଇଁ ସମୟ ଭଲ। ଅଫିସ୍ରେ ଏକ ମନଲାଖି ପରିବର୍ତ୍ତନ ହୋଇପାରେ। ପରିବାର ଲୋକଙ୍କ ସହିତ ମତଭେଦ ଓ ବନ୍ଧୁମାନଙ୍କ ସହିତ ସାମୟିକ ଝଗଡ଼ା ହେତୁ ଆପଣଙ୍କ ଦିମାକ ଗରମ ରହିପାରେ। କିନ୍ତୁ ସେପ୍ଟେମ୍ବର ମାସ ବେଳକୁ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଯଦି ଏକାନ୍ନବର୍ତ୍ତୀ ପରିବାରରେ ରହୁଥାନ୍ତି, ତେବେ ଜୁନ୍ ଓ ସେପ୍ଟେମ୍ବର ମାସ ବେଳକୁ ଅଲଗା ରହିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଯେଉଁମାନେ ଉଚ୍ଚ ରକ୍ତଚାପ ଓ ଗୋଡ଼ ପାଦ ରୋଗରେ ପୀଡ଼ିତ, ସେମାନେ ମାର୍ଚ୍ଚ ଓ ମେ ମାସରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
ଶୁଭଅକ୍ଷର: ଉ, ଫ ଏବଂ ହ।
ଶୁଭରତ୍ନ: ନୀଳା ଓ ଗୋମେଦ।
ଶୁଭସ୍ଥାନ: ପୁରୀ, ଫୁଲବାଣୀ ଓ କାମାକ୍ଷାନଗର।
୪,୧୩, ୨୨ ଓ ୩୧ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଚାରି (୪)
/sambad/media/post_attachments/wp-content/uploads/2017/12/Numerical-Zodiac-Design_2018_4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)