ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ:୭, ୧୬ ଓ ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ସାତ(୭)

ବର୍ଷ ଆରମ୍ଭରୁ ଆପଣଙ୍କର ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଜୁନ୍‌ରୁ ସେପ୍‌ଟେମ୍ବର ମାସ ଭିତରେ ଆପଣ ବହୁ ବ୍ୟାବସାୟିକ ସୁଯୋଗ ସୁବିଧାର ନିୟନ୍ତ୍ରଣ ପାଇବେ। ବର୍ଷର ଶେଷ ତିନିମାସରେ ଭାଗ୍ୟ ଆପଣଙ୍କର ପରୀକ୍ଷା ନେଇପାରେ। ଏ ସମୟରେ ଆପଣଙ୍କୁ ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମଇ, ଜୁନ୍‌ ମାସ ଭିତରେ ଚାକିରିରେ ପଦୋନ୍ନତିର ଶୁଭଯୋଗ। ରାଜନୀତିରେ ସକ୍ରିୟ ଥିବା ବ୍ୟକ୍ତିମାନେ ସଂଗଠନ ପାଇଁ ରାଜ୍ୟ ସ୍ତରର କୌଣସି ପଦକୁ ମନୋନୀତ ହୋଇପାରନ୍ତି। ଏ ବର୍ଷ ଆପଣ ନୂଆ ଘର କିଣିବେ ବା ଘର ନିର୍ମାଣ କରିବେ। ଅଭିଭାବକ ବା ନିକଟ ସଂପର୍କୀୟଙ୍କର ଅସୁସ୍ଥତା, ଭାଇଭଉଣୀଙ୍କ ସହିତ ସାମୟିକ ଝଗଡ଼ା ଆପଣଙ୍କ ମନକୁ ଅଶାନ୍ତ କରି ତୋଳିବ। ପ୍ରେମିକପ୍ରେମିକାମାନେ ଏ ବର୍ଷ ସୁଖମୟ ସଂସାର ଗଢ଼ିବାରେ ସଫଳ ହେବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ବର୍ଷଟି ଖୁବ୍‌ ଭଲ। ପରୀକ୍ଷାରେ ଭଲ ଫଳାଫଳ କରିବେ। ଯେଉଁମାନେ ଗ୍ୟାସ୍‌ଟିକ୍‌ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜାଗରୁକ ଓ ସତର୍କ ରହନ୍ତୁ।
ଶୁଭଅକ୍ଷର: ଉ, କ ଏବଂ ଫ।
ଶୁଭରତ୍ନ: ଚନ୍ଦ୍ରକାନ୍ତମଣି ଓ ବୈଦୁର୍ଯ୍ୟମଣି।
ଶୁଭସ୍ଥାନ: ବ୍ରହ୍ମପୁର, ବଲାଙ୍ଗିର ଓ ବାଲେଶ୍ୱର।

ସମ୍ବନ୍ଧିତ ଖବର