ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ:୮,୧୭ ଓ ୨୬ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଆଠ (୮)

ଏକ ଚମତ୍କାର ସୌଭାଗ୍ୟଶାଳୀ ବର୍ଷ ଆପଣଙ୍କୁ ଅପେକ୍ଷା ରହିଛି। ବର୍ଷର ପ୍ରଥମ ପାଞ୍ଚ ମାସରେ ଆପଣ ସବୁ ଦିଗରୁ ସଫଳତା ପାଇପାରିବେ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସଂପର୍କ ବଢ଼ିବ। ତାଙ୍କ ସହଯୋଗରେ ଗତବର୍ଷରୁ ଭାବିଥିବା ଯୋଜନାର ଅନ୍ତିମ ରୂପରେଖ ଦେବେ। ମହିଳା ଶିଳ୍ପୋଦ୍ୟୋଗୀମାନେ ଏ ବର୍ଷ ଖୁବ୍‌ ସଫଳତା ଓ ଲାଭ ପାଇପାରିବେ। ଅଗଷ୍ଟରୁ ଅକ୍‌ଟୋବର ମାସ ଭିତରେ ଆର୍ଥିକ ବିଷୟକୁ ନେଇ ଟିକେ ଅଶାନ୍ତିରେ ରହିପାରନ୍ତି। ଚାକିରିରେ ଏ ବର୍ଷ ଅଧିକ ଦାୟିତ୍ଵ ନିର୍ବାହ କରିବେ ଏବଂ ପାରିତୋଷିକ ମଧ୍ୟ ମିଳିବ। ଅପ୍ରେଲରୁ ଜୁନ୍‌ ମାସ ଭିତରେ ନୂଆ କାର୍‌ ବା ମଟର ସାଇକେଲ୍‌ କିଣିପାରନ୍ତି। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଯଦିଓ ପରିବାରବର୍ଗଙ୍କ ଆବଶ୍ୟକତା ଉପରେ ବିଶେଷ ଦୃଷ୍ଟି ରଖିବେ। ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପରିଣାମ ପାଇବେ। ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ମହିଳାମାନଙ୍କର ମାସିକ ଧର୍ମ ଓ ଦନ୍ତରୋଗ ସମସ୍ୟା ଦେଖାଦେଇପାରେ।
ଶୁଭ ଅକ୍ଷର: ଇ, ଉ ଏବଂ ତ।
ଶୁଭରତ୍ନ: ନୀଳା ଓ ଏମେଥିଷ୍ଟି।
ଶୁଭସ୍ଥାନ: କଟକ, ଚିଲିକା ଓ କୋରାପୁଟ।

ସମ୍ବନ୍ଧିତ ଖବର