କେରଳ: କୂଅ ଭିତରୁ ମିଳିଲା ନନ୍‌ଙ୍କ ମୃତ ଶରୀର

ତିରୁବନନ୍ତପୁରମ୍‌: କେରଳ ବନ୍ୟାରେ ପ୍ରାୟ ୪୦୦ ପାଖାପାଖି ଲୋକଙ୍କ ଜୀବନ ଯିବା ବେଳେ ଏବେ ଏକ କୂଅ ମଧ୍ୟରୁ ଜଣେ ନନ୍‌ଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏହି ନନ୍‌ ଜଣକ ହେଉଛନ୍ତି ୫୪ ବର୍ଷିଅ ସୁଶାନ। ରାଜ୍ୟର ରାଜଧାନୀଠାରୁ ୮୦ କିଲୋମିଟର ଦୂରରେ ଥିବା ପାଠନାପୁରମ୍‌ଠାରେ ଥିବା ସେଣ୍ଟ୍‌ ଷ୍ଟିଫେନ୍‌ ସ୍କୁଲ୍‌ରେ ନନ୍‌ ପାଠ ପଢ଼ାଉଥିଲେ। ସୁଶାନ ୧୨ ବର୍ଷ ହେବ ଏହି ସ୍କୁଲ୍‌ରେ ଶିକ୍ଷାଦାନ କରି ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ, ସକାଳ ପ୍ରାୟ ୯ଟା ସମୟରେ ସେଠାରେ କାମ କରୁଥିବା ଶ୍ରମିକ କୂଅ ନିକଟରେ ରକ୍ତ ଲାଗିଥିବା ଦେଖିବାକୁ ପାଇଥିଲେ। ରକ୍ତ ଦେଖିବା ପରେ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ କୂଅକୁ ଚାହିଁବାରୁ କୂଅ ଭିତରେ କାହାର ମୃତ ଶରୀର ଭାସୁଥିବାରୁ ଦେଖିବାକୁ ପାଇଥିଲେ। ତା’ପରେ ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ଶରୀରକୁ କୂଅ ମଧ୍ୟରୁ ବାହାରି କରିଥିଲେ। ତେବେ ନନ୍‌ଙ୍କର କେମିତି ଏପରି ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ।

ସମ୍ବନ୍ଧିତ ଖବର