ମୋଟାପଣ କୋଭିଡ୍‌-୧୯ ଜନୀତ ମୃତ୍ୟୁର କାରଣ ହୋଇପାରେ: ଗବେଷଣା

ନୂଆଦିଲ୍ଲୀ: ପୂର୍ବରୁ ଆମେ ଜାଣିଛେ କରୋନା ଭାଇରସ୍‌ ବୟସ୍କ ବ୍ୟକ୍ତିମାନଙ୍କୁ ବିଶେଷ ପ୍ରଭାବିତ କରୁଛି। ମାତ୍ର ନିକଟରେ ଫ୍ରାନ୍ସ, ଇଟାଲୀ, ଚୀନ ଏବଂ ଆମେରିକା ପରି ରାଷ୍ଟ୍ରଗୁଡ଼ିକରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ‌ଯେ ମୋଟାପଣ କୋଭିଡ୍‌-୧୯ ହେତୁ ହେଉଥିବା ମୃତ୍ୟୁର କାରଣ ହୋଇପାରେ।

ମହାମାରୀ କରୋନା କବଳରୁ ନିଜକୁ ବଞ୍ଚ‌ାଇବାକୁ ଚାହୁଁଥିଲେ ଶରୀରର ଓଜନ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ। ଆପଣଙ୍କ ଶରୀରର ଓଜନ ଯଦି ଆୟତ୍ତରେ ନରହିପାରେ ତେବେ କୋଭିଡ୍‌-୧୯ ଆପଣଙ୍କୁ ବିଶେଷ ପ୍ରଭାବିତ କରିପାରେ।

ଗଷେବଣାରୁ ଜାଣିବାକୁ ମିଳିଛି ଯେ ମୋଟାପଣ ଶ୍ବାସକ୍ରିୟା‌ ଜନିତ ସମସ୍ୟାର କାରଣ ହେବା ସହ, ରୋଗ ପ୍ରତିରୋଧକ ଶକ୍ତିକୁ କମ୍‌ କରିଥାଏ। ଏହି କାରଣରୁ ମୋଟାପଣ କରୋନା ଦ୍ବାରା ମୃତ୍ୟୁର କାରଣ ବନିପାରେ।

ତେଣୁ, ଆପଣ ଯଦି କରୋନା ମୁକାବିଲା ପାଇଁ ଅନ୍ୟ ଧରଣର ସତର୍କତା ସବୁ ଅବଲମ୍ବନ କରୁଛନ୍ତି ତେବେ ନିଜର ଓଜନକୁ ଆୟତ୍ତରେ ରଖିବାକୁ ବି ଚେଷ୍ଟା କରନ୍ତୁ। ଓଜନ କେବଳ କରୋନା ନୁହେଁ ବରଂ ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ, ହୃଦ୍‌ରୋଗ ଓ ବିଶାଦ ଆଦିର ବି କାରଣ ବନିପାରେ। ତେବେ, ଚାଲନ୍ତୁ ଜାଣିବା କେଉଁ ସବୁ ଉପାୟରେ ଓଜନକୁ ଆୟତ୍ତ କରାଯାଇପାରେ।


Science News

: ଦୈନନ୍ଦିନ କିଛି ନା କିଛି ବ୍ୟାୟାମ ନିଶ୍ଚୟ କରନ୍ତୁ।

: ଯେତେ ପାରୁଛନ୍ତି ତୈଳଯୁକ୍ତ ଓ ମସଲା ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ।

: ଥଣ୍ଡା ପାନୀୟ ବିଶେଷ ପିଅନ୍ତୁ ନାହିଁ।

: ଖାଇବା ଓ ଶୋଇବାର ସମୟ ତାଲିକା ନିର୍ଦ୍ଧାରଣ କରନ୍ତୁ।

: ଯେତେ ପାରୁଛନ୍ତି କାକୁଡ଼ି, ଗାଜର ଓ ବିଲାତିରେ  ସାଲାଡ୍‌ ବନାଇ ଖାଆନ୍ତୁ।

ସମ୍ବନ୍ଧିତ ଖବର