ତୁଳସୀଦାସଙ୍କ ଉପଦେଶାବଳୀ: ଏହି ୮ ଶ୍ରେଣୀୟ ଲୋକଙ୍କ କଥା ମାନିବା ଉଚିତ୍‌

ପ୍ରଚୀନ ସମୟରେ ଲେଖାଯାଇଥିବା ଧର୍ମଗ୍ରନ୍ଥ ଆମର ଦୈନନ୍ଦିନ ଜୀବନରେ ବହୁତ କାମରେ ଆସେ । ତୁଳସୀଦାସଙ୍କ ରଚିତ ରାମଚରିତ ମାନସ ଏମିତି ଏକ ଗ୍ରନ୍ଥ, ଯେଉଁଥିରେ ଉଲ୍ଲେଖିତ ଥିବା ଉପଦେଶାବଳୀ ନିଜ ଜୀବନରେ ପ୍ରୟୋଗ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ । ରାମଚରିତ ମାନସ ଅନୁସାରେ ଏମିତି ଆଠ ଧରଣର ଲୋକ ଅଛନ୍ତି ଯାହାଙ୍କର କଥାକୁ କେବେହେଲେ ଅବମାନନା କରିବା ଉଚିତ୍‌ ନୁହେଁ ଏବଂ ତାଙ୍କ ସହିତ ଯୁକ୍ତି କରିବା ବି ଠିକ୍‌ ନୁହେଁ ।

୧- ରାମଚରିତ ମାନସ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଛି, ସେ ଯଦି ଆପଣଙ୍କୁ କିଛି କହୁଛି ତା’ କଥା ଅବମାନନା କରିବା ଉଚିତ୍‌ ନୁହେଁ । ଶସ୍ତ୍ରଧାରୀର କ୍ରୋଧକୁ ନିୟନ୍ତ୍ରଣ କରିବା କାଠିକର ପାଠ । ତେଣୁ ଯଦି ତାଙ୍କ କଥା ମାନିଲେ ନାହିଁ , ତା’ହେଲେ ସ୍ଥିତି ଭୟଙ୍କର ହେବ । ସେଥିପାଇଁ ସେସମୟରେ ତାଙ୍କ କଥା ମାନିବା ଉଚିତ୍‌ ।

୨- ଯିଏ ଆପଣଙ୍କର ଅନ୍ତର ଜାଣିଛି, ସେମାନଙ୍କୁ ବିରୋଧ କରିବା ଉଚିତ୍‌ ନୁହେଁ । ସେମାନଙ୍କ ସହିତ ଯୁକ୍ତିତର୍କ କରିବା କଥା ନୁହେଁ କି ଦୁଃଖ ଦେବା ଉଚିତ୍‌ ନୁହେଁ ।

୩- ଆପଣ ଆପଣଙ୍କର ଉପରିସ୍ଥ ଅଧିକାରୀ କିମ୍ବା ମାଲିକଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ। ଏହା କର୍ମକ୍ଷେତ୍ରରେ ଆପଣଙ୍କୁ ଅଡ଼ୁଆରେ ପକାଇପାରେ।

୪-ଯଦି ଆପଣଙ୍କୁ କେହି ମୁର୍ଖ ବ୍ୟକ୍ତି କିଛି କହେ ,ତା’ହେଲେ ବିନା ଯୁକ୍ତିରେ ତା’ କଥା ମାନିନେବା ଉଚିତ୍‌ । ଯଦି ଆପଣ ତା’ସହିତ ଯୁକ୍ତି କରିବେ, ଆପଣଙ୍କର ଖାଲି ସମୟ ଖାଲି ନଷ୍ଟ ହେବ । ତେଣୁ ଆପଣଙ୍କୁ ବୁଦ୍ଧିହୀନ ବା ଜିଦ୍ଦିଆ ସ୍ୱଭାବର ଲୋକଙ୍କ କଥା ମାନିନେବା ଉଚିତ୍‌ ।

୫-ଯାହା ପାଖରେ ବହୁତ ଧନ ଥାଏ, ସେ ସବୁଠାରୁ ବଳବାନ୍‌ । ସେହିପରି ବ୍ୟକ୍ତିଙ୍କ କଥାକୁ ନମାନିବା ଠିକ୍‌ ନୁହେଁ । ତେଣୁ ଧନବାନ୍‌ ବ୍ୟକ୍ତିଙ୍କ କଥା ମାନିନେବା ଉଚିତ୍‌ । ଯଦି ଆପଣ ତାଙ୍କ କଥାନୁସାରେ କାମ କରିବେନି ତ ଆଉ କେହି କରିଦେବ ।

୬-ଡାକ୍ତର ବା ବୈଦ୍ୟଙ୍କ କଥାକୁ ଅବମାନନା କରିବା ଉଚିତ୍‌ ନୁହେଁ । ଯଦି ଆପଣ ନ ମାନିଲେ ଆପଣଙ୍କ ସ୍ୱାସ୍ଥ୍ୟ ହିଁ ଖରାପ ହେବ । ସେ ଯାହା ବି କରିବେ, ଆପଣ ଭଲ ପାଇଁ ହିଁ କରିବେ ବୋଲି ବିବେଚନା କରିବା ଉଚିତ।

୭-ପ୍ରାଚୀନ ସମୟରେ ରାଜକବି ଥିଲେ, ଯେଉଁମାନେ ରାଜାଙ୍କର ପ୍ରଶଂସା ଲେଖୁଥିଲେ । ଯଦି ତାଙ୍କର ସମ୍ମାନ କରାଯାଉ ନ ଥିଲା କି ତାଙ୍କ କଥା କେହି ମାନୁ ନ ଥିଲେ, ସେ ନିଜର କବିତା ମାଧ୍ୟମରେ ରାଜାଙ୍କର ବିରୋଧ କରୁଥିଲେ।

୮-ରୋଷେଇରେ କାମ କରୁଥିବା ଲୋକଙ୍କୁ ଅସମ୍ମାନ କରିବା ଠିକ୍‌ ନୁହେଁ । ଯଦି ଆପଣ କରିବେ, ତା’ହେଲେ ସେମାନେ କ୍ରୋଧିତ ହୋଇ ଆପଣଙ୍କ ଖାଦ୍ୟରେ କିଛି ମିଶେଇଦେବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ ନୁହେଁ ।

ସମ୍ବନ୍ଧିତ ଖବର