ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜକୁ ନେଇ ଗର୍ବ ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ଆପଣଙ୍କ କାମ କରିବା ଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ।

ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ସାଧୁସନ୍ଥଙ୍କର ସେବା କରିବାର ସୁଯୋଗ ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।

ମିଥୁନ: ଆପଣଙ୍କ ଆଖପାଖର ପରିବେଶ ସୁଖଦ ରହିବ। ଜୀବନସାଥୀଙ୍କର ପରାମର୍ଶ ନେଇ ଜରୁରୀ କାମ କରନ୍ତୁ, ଭଲ ହେବ।

କର୍କଟ: ଘରୋଇ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ।

ସି˚ହ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ନିଜର କାମକୁ ଠିକ୍‌ ଭାବେ ତୁଲାଇବେ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।

କନ୍ୟା: ସବୁ ଅଶାନ୍ତି ଦୂର ହେବ। ଆର୍ଥିକ ଲାଭର ସୁଯୋଗ ପାଇବେ। ବନ୍ଧୁଙ୍କ ସହିତ ମିଶିବାର ଯୋଗ ରହିଛି। ବ୍ୟବସାୟରେ ସବୁ ଭଲ ହେବ।

ତୁଳା: ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ନୂଆ ଲୋକଙ୍କ ସହିତ ପରିଚୟ ହେବ।

ବିଛା: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

ଧନୁ: ମାନସିକ ସ୍ଥିତି ଭଲ ରହିବ। ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। ଚାକିରିରେ ନିଜର ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ।

ମକର: ନୂଆ କୂଟନୈତିକ କୌଶଳ ଶିଖିବେ। ନୂଆ କାମ ଲାଭଦାୟକ ସାବ୍ୟସ୍ତ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କୁମ୍ଭ: କ୍ୟାରିୟରରେ ଅସ୍ଥିରତା ଦେଖାଦେବ। ଟଙ୍କା ପଇସା ମାମଲାରେ ହଇରାଣ ହୋଇପାରନ୍ତି। ଅବିବାହିତଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।

ମୀନ: ଉପାର୍ଜନ ଲାଗି ନୂଆ ଅବସର ମିଳିବ। ରାଜନୀତିରେ କିଛି ଆଶା ପୂରଣ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେବ।

ସମ୍ବନ୍ଧିତ ଖବର