ବରଷରେ ଥରେ ହୋଲି ଆସିଥାଏ। ସମସ୍ତେ ହୋଲି ଖେଳିବାକୁ ଅପେକ୍ଷା କରିଥାନ୍ତି। ଭାରତ ବର୍ଷର ବିଭବକୁ ଦେଖିଲେ ସବୁ ସମ୍ପ୍ରଦାୟ ହୋଲିକୁ ଆନନ୍ଦ ଓ ଭାତୃତ୍ୱର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି। ତେବେ ହୋଲି ଖେଳିବାବେଳେ ଆମେ ଅନେକ ସମୟରେ ଏମିତି କିଛି ରଙ୍ଗ ବ୍ୟବହାର କରିଥାଉ ଯାହାକି ଆମ ଚର୍ମ ପାଇଁ ଆଦୌ ଠିକ ହୋଇନଥାଏ |
ବଜାରରେ ଏମିତି କିଛି ରଙ୍ଗ ମିଳୁଛି ଯାହାକି ଆମ ଚର୍ମ ପାଇଁ କ୍ଷତିକାରକ ହୋଇଥାଏ | ବିଶେଷ କରି ଏହି ସବୁ ରଙ୍ଗ ସହଜରେ ଛାଡ଼ିନଥାଏ ଓ ଏହି ରଙ୍ଗ ଆମ ଚର୍ମରେ ଲାଗିବା ଦ୍ୱାରା କୁଣ୍ଡାଇ ହେବା ସହ ଲାଲ ଲାଲ ହୋଇ ଫଳିଯାଇଥାଏ | ତେବେ ହୋଲି ପାଳନ ଆଗରୁ କେଉଁ ସବୁ କଥା ପ୍ରତି ଦୃଷ୍ଟି ଦେବେ ଓ ହୋଲି ଖେଳିସାରିବା ପରେ କଣ ସବୁ କରିବେ ଆସନ୍ତୁ ଜାଣିବା | ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦୀପ୍ତି ରଂଜନୀ ବିଷୋୟୀ ଏବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି |
ଡାକ୍ତରଙ୍କ କହିବା ମୁତାବକ ହୋଲି ଖେଳିବାକୁ ଯିବା ପୂର୍ବରୁ ମନେରଖନ୍ତୁ କେମିକାଲ ମିଶା ରଙ୍ଗ ବ୍ୟବହାର ନ କରି ଅର୍ଗାନିକ ରଙ୍ଗ ବ୍ୟବହାର କରନ୍ତୁ | ଆଲର୍ଜି ସମସ୍ୟା ଥିଲେ ବେଶୀ ହୋଲି ଖେଳନ୍ତୁ ନାହିଁ | ହୋଲି ଖେଳିବା ପୂର୍ବରୁ ଦେହରେ ଓ କେଶରେ ତେଲ ଲଗାଇଦିଅନ୍ତୁ | ଯଦି ଆପଣଙ୍କ ଦେହରୁ ରଙ୍ଗ ଛାଡୁନାହିଁ, ତେବେ ଜୋରରେ ଘଷି ଘଷି ଛଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ | ତେଣୁ ଭଲ ହେବ ତେଲ ବା ମଇଶ୍ଚରାଇଜର ଲଗାଇ ହୋଲି ଖେଳିପାରିବେ | ଯାହାଦ୍ୱାରା ହୋଲି ଖେଳି ଆସିବାପରେ ସହଜରେ ଆପଣଙ୍କ ଦେହରୁ ରଙ୍ଗ ଛାଡ଼ିଯିବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/14/IJf5Kq6aztEdu7sKk2Gm.jpg)