ବେଶି ଦିନର ପୁରୁଣା ଟୁଥ୍ ବ୍ରସ ବ୍ୟବହାର କରୁଛନ୍ତି କି ? ଭୋଗିପାରନ୍ତି ଏହି କଷ୍ଟ
ଯଦି ଆପଣ ବେଶି ଦିନର ପୁରୁଣା ଟୁଥ୍ ବ୍ରସ ବ୍ୟବହାର କରୁଥିବେ, ତେବେ ତାହା ଦ୍ୱାରା ମଧ୍ୟ ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଏ । ଏଭଳି ସ୍ଥିତିରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଆଉ ଏକ କଥା ହେଲା ଏହା ଫଳରେ ଦନ୍ତ କ୍ଷୟ ବି ଘଟିବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ ପାଟିରୁ ଦୁର୍ଗନ୍ଧ ବି ବାହାରେ। ଏଣୁ ମନେ ରଖନ୍ତୁ, ଅତି ବେଶିରେ ଏକ ବ୍ୟବହୃତ ଟୁଥବ୍ରସକୁ ତିନି ମାସ ଯାଏଁ ବ୍ୟବହାର କରନ୍ତୁ। ତାପରେ ନୂଆ ଟୁଥବ୍ରସର ଉପଯୋଗ କରିଲେ ଭଲ।
Sambad is now on WhatsApp
Join and get latest news updates delivered to you via WhatsApp
ଅଧିକାଂଶ ଲୋକଙ୍କର ଧାରଣା ଯେ ପାଟିକୁ ଠିକ୍ ଭାବେ ପରିଷ୍କାର ନ କରିଲେ ଅଥବା ଭୁଲ୍ ଖାଦ୍ୟାଭ୍ୟାସ ହେତୁ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ । ଏତଦ୍ବ୍ୟତୀତ ଦିନସାରା ଆମେ ଏଭଳି କିଛି କ୍ରିୟାକଳାପରେ ଜଡ଼ିତ ହେଉ. ଯାହା ମଧ୍ୟ ମୁଖ ଦୁର୍ଗନ୍ଧର ଅନ୍ୟତମ କାରଣ ହୋଇଥାଏ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏହାର ପ୍ରକୃତ କାରଣ ସଂପର୍କରେ ଜାଣନ୍ତି ନାହିଁ ଅନେକ ଲୋକ । ମୁଖ ଦୁର୍ଗନ୍ଧକୁ ନେଇ ବହୁ ଲୋକ ଚିନ୍ତାରେ ଥାଆନ୍ତି। କାରଣ ସେମାନେ କାହା ସହ ଠିକ୍ ଭାବେ କଥା ହୋଇପାରନ୍ତି ନା, କାହା ପାଖରେ ବସାଉଠା କରିପାରନ୍ତି। ସେମାନେ ଏହାର ପ୍ରତିକାର ଲାଗି ଡେଣ୍ଟାଲ୍ ସର୍ଜନଙ୍କ ପାଖକୁ ଯାଇଥାନ୍ତି ,ହେଲେ ଏହାର ମୂଳ କାରଣ ଖୋଜିବାକୁ ଚେଷ୍ଟା କରନ୍ତି ନାହିଁ।
ଆମେରିକାନ୍ ଡେଣ୍ଟାଲ୍ ଆସୋସିଏସନ୍ ଅନୁଯାୟୀ ଉପଯୁକ୍ତ ସମୟରେ ଖାଦ୍ୟ ଗ୍ରହଣ ନ କରିଲେ, ପାଟି ଶୁଖିଲା ହୋଇଯାଏ, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।