publive-imageମେଷ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

Advertisment

publive-imageବୃଷ: ଚାକିରି ବୃତ୍ତି କ୍ଷେତ୍ରରେ ଚ୍ୟାଲେଞ୍ଜ ଆସିବ। ବିଦେଶରେ ଥିବା ସଂପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ। ପରିବାରରେ ମଧୁରତା ସହିତ ବିଶ୍ବାସ ବଢ଼ିବ।

publive-imageମିଥୁନ: ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ବାପାଙ୍କ କହିବା ମାର୍ଗରେ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। କଲେଜ ଜୀବନର ସାଙ୍ଗ ସହିତ କଥା ହେବେ।

publive-imageକର୍କଟ: ଗ୍ରହ ଚଳନ ଯୋଗୁଁ ଆପଣଙ୍କ ଭାବନାରେ ପରିବର୍ତ୍ତନ ଆସିବ। ଯାହା ବି ନିଷ୍ପତ୍ତି ନେବେ ଆପଣଙ୍କ ଲାଗି ଲାଭପ୍ରଦ ହେବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ରହିବ।

publive-imageସିଂହ: ଆପଣଙ୍କ ରଚନାତ୍ମକ କାର୍ଯ୍ୟ ଆପଣଙ୍କ ଉନ୍ନତିରେ ସହାୟକ ହେବ। ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ।

publive-imageକନ୍ୟା: ଧ୍ୟାନ ଜପ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

publive-imageତୁଳା: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। କୌଣସି ନୂଆ ଜାଗାକୁ ଯିବା ପାଇଁ ଯୋଜନା କରିବେ। କିଛି ଲୋକଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ହେବ।

publive-imageବିଛା: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। କାରବାର ବୃଦ୍ଧି ଲାଗି ଆପଣଙ୍କୁ ଭଲ ପରାମର୍ଶ ମିଳିବ।

publive-imageଧନୁ: ସରକାରୀ କାମ କରୁଥିବା ବ୍ୟକ୍ତିଙ୍କୁ ସରକାରଙ୍କର ପ୍ରୋତ୍ସାହନ ମିଳିପାରେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଜୀବନରେ ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ।

publive-imageମକର: ସଂପର୍କୀୟଙ୍କ ସହିତ କଥାକଥାରେ ନୂଆ କାମ ମିଳିପାରେ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଛାତ୍ରୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ।

publive-image

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। କୌଣସି ସଂପର୍କୀୟ ଆପଣଙ୍କୁ ଧାର ମାଗି ପାରନ୍ତି। ଘରେ ଖୁସିର ପରିବେଶ ରହିବ।

publive-imageମୀନ: ଚାକିରିରେ ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।