ମେଷ: ନିୟମିତ ଭାବେ ନିଜର ଜ୍ଞାନ ବୃଦ୍ଧି କରନ୍ତୁ। ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଅଫିସ କାମରେ ବ୍ୟସ୍ତ ରହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ, ଆପଣଙ୍କର ନାମ ହେବ। ଅଫିସରେ କାମର ପ୍ରଶଂସା ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ମିଥୁନ: ସୌନ୍ଦର୍ଯ୍ୟ ପ୍ରସାଧନ କ୍ଷେତ୍ରରେ ନିବେଶ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ଟେଣ୍ଟ ହାଉସ ମାଲିକଙ୍କ ଲାଗି ଦିନଟି ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ।
କର୍କଟ: କୌଣସି ବଡ଼ ସୁଯୋଗ ହାତଛଡ଼ା ହୋଇପାରେ। ଚିନ୍ତିତ ରହିବା କାରଣରୁ ଜୀବନସାଥୀଙ୍କ ସହିତ ବଚସା ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲଗାନ୍ତୁ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ବ୍ୟବସାୟୀ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
କନ୍ୟା: କୌଣସି ଶୁଭ ଖବର ପାଇବେ। ମନ ଶାନ୍ତ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିପାରେ।
ତୁଳା: ନୂଆ କାମ ଆରମ୍ଭ କରିପାରନ୍ତି। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ବିଛା: କଥା କଥାରେ କ୍ରୋଧ ଆସିପାରେ। ପରିବାର ଲୋକଙ୍କର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହେବ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା ପାଇବେ। ଓକିଲ ପୁରୁଣା ମକଦ୍ଦମାରେ ମନ ନିବେଶ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।
ମକର: କାରବାରରେ ଲାଗି ରହିଥିବା ଝଞ୍ଜଟର ସମାଧାନ ହେବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିବେ। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ।
କୁମ୍ଭ: କରିଆସୁଥିବା କାମରେ ଆପଣଙ୍କ ଧ୍ୟାନ ଲାଗି ରହିବ। କାରବାରରେ ବାଧା ଦୂର ହୋଇଯିବ। ପାରିବାରିକ ଜୀବନରେ ଶାନ୍ତି ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ମୀନ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାମାନେ ନିର୍ଦ୍ଧାରିତ ସମୟରେ ଘର କାମ ସଂପୂର୍ଣ୍ଣ କରିବେ। ଭଲ କଂପାନିରେ ସୁଯୋଗ ଲାଗି ଅଧିକ ପରିଶ୍ରମ କରନ୍ତୁ।