ଅନେକ ସମୟରେ ମହିଳାମାନେ ସେମାନଙ୍କ ତଳିପେଟରେ ଭୀଷଣ ଯନ୍ତ୍ରଣା ହେଉଥିବା କଥା ପ୍ରକାଶ କରିଥା’ନ୍ତି। ତାହା ଏପରି ଅସହ୍ୟ ହୋଇଥାଏ ଯେ, କୌଣସି କାମ କରିବା ତ ଦୂରର କଥା, ବସିବା ମଧ୍ୟ କଷ୍ଟକର ହୋଇପଡ଼େ। ପ୍ରତି ପାଞ୍ଚ ଜଣରେ ପ୍ରାୟ ଜଣେ ମହିଳା ଏହାକୁ ଅଙ୍ଗେ ନିଭାଉଥିବା ବେଳେ ଏ ବାବଦରେ ଖୁବ୍ କମ୍ ମୁହଁ ଖୋଲିଥା’ନ୍ତି। ତେବେ ଏପରି ଯନ୍ତ୍ରଣା ଭୋଗୁଥିବା ମହିଳାମାନେ ‘ଆଡେନୋମାୟସିସ୍’ ନାମକ ଏକ ଅଳ୍ପ ଜଣାଶୁଣା ରୋଗରେ ପୀଡ଼ିତ ଯାହା ଗର୍ଭାଶୟକୁ ପ୍ରଭାବିତ କରୁଥିବା ଏକ ଦୀର୍ଘସ୍ଥାୟୀ ଅବସ୍ଥା। ଏହାଦ୍ବାରା ଅନିୟମିତ ମାସିକ ଋତୁସ୍ରାବ ସହ ଭୀଷଣ ରକ୍ତସ୍ରାବ ଏବଂ ତଳିପେଟ ଯନ୍ତ୍ରଣା ପରି ଲକ୍ଷଣ ଦେଖାଦେଇଥାଏ। ଏହା ମଧ୍ୟ ମହିଳାଙ୍କର ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ। ‘ଆଡେନୋମାୟସିସ୍’ରେ ପୀଡ଼ିତ ଥିବା ମହିଳାମାନେ କୌଣସି ସମୟରେ ଗର୍ଭବତୀ ହେଲେ, ସେମାନଙ୍କ ଠାରେ ଗର୍ଭପାତ, ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସବ ଏବଂ ପ୍ରସବ ପରେ ଭୀଷଣ ରକ୍ତସ୍ରାବର ଆଶଙ୍କା ଅଧିକ ରହିଥାଏ। ସୂଚନାଯୋଗ୍ୟ, ଗର୍ଭାଶୟ ଭିତରେ ଦୁଇଟି ପ୍ରମୁଖ ସ୍ତର ରହିଛି।
ଆଡେନୋମାୟସିସ୍ ଥିବା ମହିଳାଙ୍କର ମାଇଓମେଟ୍ରିଅମ୍ ସ୍ଥାନରେ ଭୁଲ୍ରେ ଏଣ୍ଡୋମେଟ୍ରିଅମ୍ ପରି କୋଷ ରହିଥାଏ। ଏହି କୋଷୀୟ ବ୍ୟତିକ୍ରମ ଯନ୍ତ୍ରଣାର କାରଣ ହୋଇଥାଏ। ଆଗେ ଗର୍ଭାଶୟକୁ ଅସ୍ତ୍ରୋପଚାର ଦ୍ବାରା କାଢ଼ି ତାହାର ଜୀବନ୍ତ କୋଷ ପରୀକ୍ଷଣ ପରେ ଆଡେନୋମାୟସିସ୍ ରହିଥିବା କଥା ଜଣାପଡୁଥିଲା। ଏବେ କିନ୍ତୁ ଏମ୍ଆର୍ଆଇ ଓ ତଳିପେଟ ଅଲ୍ଟ୍ରାସାଉଣ୍ଡ୍ ଦ୍ବାରା ବିଶେଷଜ୍ଞ ଡାକ୍ତରମାନେ ତାହା ଠଉରେଇ ପାରୁଛନ୍ତି।
ତାହାର ଅନ୍ତଃସ୍ତରଟି ହେଉଛି ଏଣ୍ଡୋମେଟ୍ରିଅମ୍, ଯେଉଁଠି ଶୁକ୍ରାଣୁ ଓ ଡିମ୍ବାଣୁ ମିଶି ଭ୍ରୂଣ ସୃଷ୍ଟି ହୋଇଥାଏ। ଗର୍ଭଧାରଣ ନ ହୋଇଥିଲା ଯାଏ ଏହା ପ୍ରାଞ୍ଜଳ ହୋଇ ରହିଥାଏ। ଅନ୍ୟ ମାଂସଳ ସ୍ତରଟି ହେଉଛି ମାଇଓମେଟ୍ରିଅମ୍ ଯାହା ଗର୍ଭଧାରଣ ବେଳେ ସମ୍ପ୍ରସାରିତ ହୋଇଥାଏ। ତେବେ ଆଡେନୋମାୟସିସ୍ ଥିବା ମହିଳାଙ୍କର ମାଇଓମେଟ୍ରିଅମ୍ ସ୍ଥାନରେ ଭୁଲ୍ରେ ଏଣ୍ଡୋମେଟ୍ରିଅମ୍ ପରି କୋଷ ରହିଥାଏ। ଏହି କୋଷୀୟ ବ୍ୟତିକ୍ରମ ଯନ୍ତ୍ରଣାର କାରଣ ହୋଇଥାଏ। ଆଗେ ଗର୍ଭାଶୟକୁ ଅସ୍ତ୍ରୋପଚାର ଦ୍ବାରା କାଢ଼ି ତାହାର ଜୀବନ୍ତ କୋଷ ପରୀକ୍ଷଣ ପରେ ଆଡେନୋମାୟସିସ୍ ରହିଥିବା କଥା ଜଣାପଡୁଥିଲା। ଏବେ କିନ୍ତୁ ଏମ୍ଆର୍ଆଇ ଓ ତଳିପେଟ ଅଲ୍ଟ୍ରାସାଉଣ୍ଡ୍ ଦ୍ବାରା ବିଶେଷଜ୍ଞ ଡାକ୍ତରମାନେ ତାହା ଠଉରେଇ ପାରୁଛନ୍ତି। ମାତ୍ର ପୀଡ଼ିତାମାନେ ନିରବ ରହି ଆସୁଥିବାରୁ ଏହାର ଉପଶମ ପାଇଁ କୌଣସି ନିଶ୍ଚିତ ଉପଚାର ବାହାରି ପାରିନାହିଁ। କେବଳ ଅସ୍ତ୍ରୋପଚାର ଦ୍ବାରା ଗର୍ଭାଶୟ କାଢ଼ିଦେବା ହିଁ ବର୍ତ୍ତମାନ ସୁଦ୍ଧା ଏକମାତ୍ର ସମାଧାନ ବୋଲି ଧରି ନିଆଯାଇଛି। ତେବେ ଏହାର ଚିକିତ୍ସା ଦିଗରେ ଗବେଷଣା ଜାରି ରହିଛି।