ପକୋଡା ଖାଇବାକୁ ଏହି କମ୍ପାନୀ ଦେଉଛି ୧ ଲକ୍ଷ ଟଙ୍କାର ଦରମା!

ଲଣ୍ଡନ: ଆପଣ ଚିକେନ ପକୋଡା ଖାଇବାକୁ ପସନ୍ଦ କରନ୍ତି କି ? ଯଦି ହଁ, ତେବେ ବର୍ତ୍ତମାନ ଏମିତି ଏକ ଚାକିରିର ଅଫର ଆସିଛି ଯେଉଁଥିରେ ଆପଣଙ୍କ ପେଟ ପୁରା ହେବା ସଙ୍ଗେସଙ୍ଗେ ଦରମା ମଧ୍ୟ ମିଳିବ | ବ୍ରିଟେନର ଏକ କମ୍ପାନୀ ଏମିତି ଏକ ନିଯୁକ୍ତି ବିଜ୍ଞାପନ ବାହାର କରିଛି ଯେଉଁଥିରେ ‘ଟେଷ୍ଟ ଟେଷ୍ଟର’ ନାମରେ ଏକ ପଦବୀ ସୃଷ୍ଟି କରିଛି | ବ୍ରିଟେନର ପ୍ରସିଦ୍ଧ ଫିସ ଫିଙ୍ଗର କମ୍ପାନୀ ‘ବାର୍ଡସଆଇ’ ‘ଟେଷ୍ଟ ଟେଷ୍ଟର’ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି | କମ୍ପାନୀ ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯିଏ ଚିକେନ୍ ପକୋଡାର ସ୍ୱାଦକୁ ଆହୁରି ଉନ୍ନତ କରିପାରିବେ |

କମ୍ପାନୀ ଚାହୁଁଛି ଏହାର ଚିକେନ୍ ପକୋଡାର ସ୍ୱାଦ ସର୍ବୋତ୍ତମ ହେଉ | ତେଣୁ ଏମିତି ଜଣେ ବ୍ୟକ୍ତିବିଶେଷଙ୍କୁ କମ୍ପାନୀ ଖୋଜୁଛି ଯିଏ ଚିକେନ ପକୋଡା ଖାଇ ଏହାର ସ୍ୱାଦ କିଭଳି ଆହୁରି ଭଲ ହୋଇପାରିବ ସେନେଇ ପରାମର୍ଶ ଦେବେ | କମ୍ପାନୀ ଏହି ପଦଵୀରେ କଣ ସବୁ କାର୍ଯ୍ୟ କରିବାକୁ ପଡିବ ସେ ନେଇ ସବିଶେଷ ତଥ୍ୟ ମଧ୍ୟ ସେୟାର କରିଛି | ଏଥିପାଇଁ କମ୍ପାନୀ ଏକ ଲକ୍ଷ ଟଙ୍କା ଦରମା ଦେବ।

ଯିଏ ଏହି ଚାକିରି ପାଇବାକୁ ସକ୍ଷମ ହେବେ, ତାଙ୍କୁ ବାର୍ଡସ୍ ଆଇ ଚିଫ୍ ଡିପିଙ୍ଗ୍ ଅଫିସର ପଦ ଦିଆଯିବ। ସେହିପରି କମ୍ପାନୀ ବଜାରକୁ ଏକ ଭିନ୍ନ ସସ୍ ଆଣିବାକୁ ଚାହୁଁଛି | ବ୍ରିଟେନରେ ନିକଟରେ ହୋଇଥିବା ଏକ ସର୍ଭେରେ କିଛି ଲୋକ କହିଛନ୍ତି ଯେ ଚିକେନ୍ ପକୋଡା ସହିତ ଟମାଟୋ ସସ୍ ସର୍ବୋତ୍ତମ ଏବଂ କେହି କେହି ମାୟୋନାଇଜ୍ ସସ ସର୍ବୋତ୍ତମ କହିଛନ୍ତି।

ସମ୍ବନ୍ଧିତ ଖବର