ଗୋଟିଏ ପେଗ୍‌ ମଦ ବି କମ୍‌ କ୍ଷତି କରି ନଥାଏ !

ଅନେକ ଲୋକ ଭାବନ୍ତି ଯେ ଗୋଟିଏ ପେଗ୍‌ ମଦ ପିିଇଲେ, କିଛି ଅସୁବିଧା ହେବ ନାହିଁ। ଏହାର କୌଣସି କୁପ୍ରଭାବ ଶରୀର ଉପରେ ପଡ଼ିବ ନାହିଁ। କିନ୍ତୁ ତାହା ଠିକ୍‌ ନୁହେଁ ।

ନିକଟରେ ଏ ସଂପର୍କରେ ଏକ ଗବେଷଣା କରାଯାଇଥିଲା। ଗବେଷକ ଡ଼.ମ୍ୟାକ୍ସ ଗ୍ରିସ ବୁଲଡ କରିଛନ୍ତି ଗୋଟିଏ ପେଗ୍‌ ମଦ ପିଇଲେ ବି ଶରୀର ଉପରେ ତା’ର କୁପ୍ରଭାବ ପରିଲକ୍ଷିତ ହୋଇଥାଏ। ଏହାଫଳରେ କର୍କଟ, ମଧୁମେହ,ଟ୍ୟୁବରକୁଲୋସିସ୍‌ ରୋଗ ହେବାର ଆଶଙ୍କା ୦.୫ ପ୍ରତିଶତ ବୃଦ୍ଧି ପାଇଥାଏ।

ଯେଉଁମାନେ ଦିନରେ ଦୁଇ ପେଗ୍‌ରୁ ଅଧିକ ଡ୍ରିଙ୍କ୍‌ସ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଉପରୋକ୍ତ ରୋଗର ଆଶଙ୍କା ସାତ ପ୍ରତିଶତ ଯାଏଁ ବଢିଯାଇଥାଏ। କିନ୍ତୁ ଯେଉଁମାନେ ଦିନରେ ୫ ପେଗ୍‌ ମଦ ପିଇଥାନ୍ତି, ସେମାନଙ୍କର ଏହି ରୋଗର ଆଶଙ୍କା ୩୭ ପ୍ରତିଶତ ଯାଏଁ ବୃଦ୍ଧି ପାଇଥାଏ।

ମଦଜନିତ ମୃତ୍ୟୁ ସଂଖ୍ୟା ଭାରତ, ଚୀନ ଓ ଋଷିଆ ଭଳି ଦେଶରେ ସର୍ବାଧିକ ବୋଲି କୁହାଯାଉଛି। ଏହି ଗବେଷଣାରେ ୧୯୯୦ ରୁ ୨୦୧୬ ମଧ୍ୟରେ ଥିବା ୧୯୫ ଦେଶର ଲୋକଙ୍କୁ ସାମିଲ କରାଯାଇଥିଲା। ଏହି ଗବେଷଣା ଜନିତ ସନ୍ଦର୍ଭ ଗବେଷଣାତ୍ମକ ଜର୍ଣ୍ଣାଲ୍‌ ‘ଦ ଲାନ୍‌ସେଟ୍‌’ରେ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର