ସାଧାରଣତଃ ଲୁଣକୁ ଆମେ ଖାଦ୍ୟର ସ୍ୱାଦ ଲାଗି ବ୍ୟବହାର କରିଥାଉ। ଲୁଣ ବିନା ଖାଦ୍ୟ ସ୍ୱାଦହୀନ। ଏହାବାଦ୍ ଲୁଣର ରହିଛି ଅନେକ ଗୁଣ। ଲୁଣ ନକାରାତ୍ମକ ଶକ୍ତି ହଟାଇବା ସହ ଏକ ଔଷଧ ଭଳି ମଧ୍ୟ କାର୍ଯ୍ୟ କରେ। ପୁଣି ଲୁଣର ଉପଯୋଗରେ ଧନସମ୍ପତ୍ତି ବୃଦ୍ଧି କରାଯାଇପାରେ ବୋଲି ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା ଏଭଳି କିଛି ଲୁଣର ଦୁଲର୍ଭ ଗୁଣ ବିଷୟରେ..।
Sambad is now on WhatsApp
Join and get latest news updates delivered to you via WhatsApp
– ବାସ୍ତୁଶାସ୍ତ୍ର ଅନୁସାରେ, ଲୁଣ ଓ କାଚ ଉଭୟକୁ ରାହୁର କାରକ ବୋଲି ଧରାଯାଇଥାଏ। ଗୋଟିଏ କାଚ ଗିନାରେ ଲୁଣ ଭର୍ତ୍ତି କରି ଶୌଚାଳୟରେ ରଖି ଦିଅନ୍ତୁ। ଏହା ଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହେବା ସହିତ ଘରେ ବୁଲୁଥିବା ଛୋଟଛୋଟ କୀଟପତଙ୍ଗଙ୍କ ମୃତ୍ୟୁ ହୋଇଥାଏ। ଘରର ପରିବେଶକୁ ସକାରାତ୍ମକ କରିଥାଏ।
– ସେହିପରି ଲୁଣକୁ ଗୋଟିଏ ଲାଲ କପଡ଼ାରେ ବାନ୍ଧି ଘରର କିମ୍ବା ଦୋକାନର ଟଙ୍କା ବାକ୍ସ ଉପରେ ଟାଙ୍ଗି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଧନ ବୃଦ୍ଧି ହେବ ବୋଲି ବିଶ୍ୱାସ ରହିଛି । ଏହା ଆର୍ଥିକ ଅଗ୍ରଗତି ଦିଗରେ ସହାୟକ ହୋଇଥାଏ।
– ଘରର କୌଣସି ଏକ କୋଣରେ କାଚ ଗିନାରେ ଲୁଣ ଭର୍ତ୍ତି କରି ରଖନ୍ତୁ। ଏହା ଦ୍ୱାରା ଘର ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ହସଖୁସିରେ ଦିନଟି କଟି ଯାଏ।
– ରାତିରେ ଶୋଇବାକୁ ଯିବା ପୂର୍ବରୁ ବାଲଟିଏ ଉଷୁମ୍ ପାଣିରେ ଲୁଣ ପକାଇ ହାତ ଗୋଡ ଧୋଇ ବିଛଣାକୁ ଯାଆନ୍ତୁ। ଏପରି କରିବା ଦ୍ୱାରା ଆରମ ମିଳିଥାଏ ଓ ରାତିରେ ଭଲ ନିଦ ହୋଇଥାଏ। ଏହା ଦ୍ୱାରା ସକାଳୁ ଉଠି ଆପଣ ପୂରା ଜୋଶରେ କାମ କରିବାକୁ ଶକ୍ତି ପାଇବେ।