ଆମ ରୋଷେଇ ଘରେ ସବୁ ବେଳେ ପିଆଜ ଥାଏ। ତରକାରୀ , ଭଜାରେ ଆମେ ପିଆଜର ଉପଯୋଗ କରିଥାଉ। ହେଲେ ଆମେ କଞ୍ଚା ପିଆଜ ବି ଖାଇଥାଉ। ଏହାକୁ ଖାଇଲେ କେଉଁ ସବୁ ଉପକାର ହୋଇଥାଏ,ତାହା ତ ଆମ ସମସ୍ତଙ୍କୁ ଉଣା ଅଧିକେ ଜଣା। ପିଆଜରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟି ଇଂପ୍ଲିମେଟ୍ରି ଗୁଣ ମିଳିଥାଏ।
କିନ୍ତୁ କେବେ ହେଲେ କଟା ପିଆଜକୁ ଫ୍ରିଜ୍‌ ଭିତରେ ରଖନ୍ତୁ ନାହିଁ। ଏହାର କ୍ଷତି ଜାଣିଲେ ଆପଣ କେବେ ବି ସେହି ଭୁଲ କରିବେ ନାହିଁ।

Advertisment

ପ୍ରଥମ କଥା ହେଲା ଯେଉଁ କଟା ପିଆଜ ଫ୍ରିଜ୍‌ରେ ଥାଏ, ତାହା ଶୀଘ୍ର ଖରାପ ହୋଇଯାଏ। ଏଥିରେ ଶୀଘ୍ର ବ୍ୟାକ୍ଟେରିଆ ଲାଗିଯାଆନ୍ତି।ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଯେତେବେଳେ ଆବଶ୍ୟକ,ସେତେବେଳେ କାଟନ୍ତୁ। ଯଦି କଟା ପିଆଜକୁ ଫ୍ରିଜ୍‌ରେ ରଖିବାର ନିହାତି ଆବଶ୍ୟକତା ପଡ଼େ। ତେବେ ପେପର ଟାେଓ୍ଵଲରେ ର‍୍ୟାପ୍‌ କରି ଫ୍ରିଜ୍‌ରେ ରଖନ୍ତୁ। ଏହା ଦ୍ୱାରା ପିଆଜ ଶୁଷ୍କ ରହିଥାଏ ଓ ଥଣ୍ଡା ବି ରହେ।

publive-image

କିନ୍ତୁ ଆବଶ୍ୟକ ସମୟ ଆଗରୁ ଯେପରି ପିଆଜ କାଟିବାକୁ ନ ପଡ଼େ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।