ଏହି ମନ୍ତ୍ର ବଦଳାଇ ପାରେ ଆପଣଙ୍କ ଜୀବନ: ସୁସ୍ଥ ମନ ଓ ଶରୀର ପାଇଁ ଚାବିକାଠି

ଯଦିଓ ସମସ୍ତେ ବିଶ୍ୱାସ କରନ୍ତି ମନ୍ତ୍ର ଦ୍ୱାରା ଭଗବାନଙ୍କୁ ଜୟ କରାଯାଏ, ମାତ୍ର ବାସ୍ତବ କଥା ହେଉଛି ମନ୍ତ୍ର ଦ୍ୱାରା ବ୍ୟକ୍ତି ନିଜେ ନିଜକୁ ଜୟ କରେ। ଭଜନ, କୀର୍ତ୍ତନ, ମନ୍ତ୍ର, ପ୍ରର୍ଥନା ଦ୍ୱାରା ଭଗବଦ ପ୍ରାପ୍ତି ହୋଇଥାଏ ବୋଲି ଯେଉଁମାନଙ୍କର ବିଶ୍ୱାସ ରହିଛି ସେମାନଙ୍କୁ ଆମେ ଭୁଲ କହୁନାହୁଁ ମାତ୍ର ଯେଉଁମାନଙ୍କର ବିଶ୍ୱାସ ନ ରହିଛି ବି ସେମାନଙ୍କ ପାଇଁ ଏକ ଜରୁରୀ କଥା ଜଣାଇବାକୁ ଯାଉଛୁ। ବୈଜ୍ଞନିକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଉଚ୍ଚାରଣ କରାଯାଉଥିବା ମନ୍ତ୍ରରେ ବହୁ ଶକ୍ତି ରହିଛି। ମନ୍ତ୍ର ଉଚ୍ଚାରଣ ସମୟରେ ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ସବୁ ମନ୍ତ୍ରଠାରୁ ବିଶ୍ୱର ଶକ୍ତିଶାଳୀ ମନ୍ତ୍ର ହେଉଛି ‘ଗାୟତ୍ରୀ ମନ୍ତ୍ର’। ଏହାକୁ ଗାଇବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହେବେ କି ନାହିଁ ତାହା ଆମେ କହି ପାରିବୁ ନାହିଁ ମାତ୍ର ଆପଣଙ୍କ ଦେହ ମନ ନିଶ୍ଚୟ ସୁସ୍ଥ ରହିବ ଏତିକି କହିପାରିବୁ।

ମନ୍ତ୍ରଟି ହେଉଛି, ‘ଓଁ ଭୁର୍ଭୁବଃ ସ୍ୱଃ ତତ୍‌ସବିତୁ ର୍ବରେଣ୍ୟମ ଭର୍ଗୋଦେବସ୍ୟ ଧିମହି ଧିୟୋୟୋନଃ ପ୍ରଚୋଦୟାତ୍‌’। ଏହାର ଅର୍ଥ ହେଉଛି ଓଁ:ପ୍ରାଣ, ଭୁର୍‌:ମଣିଷ ପ୍ରାଣ ପ୍ରଦାନକାରୀ, ଭୁବ: ଦୁଃଖ ନାଶକାରୀ, ସ୍ୱଃ: ସୁଖ ପ୍ରଦାନକାରୀ, ତତ:ସେ, ସବିତୁର: ସୂର୍ଯ୍ୟଙ୍କ ଭଳି ଉଜ୍ୱଳ, ବରଣ୍ୟମ:ସର୍ବୋତ୍ତମ, ଭର୍ଗୋ: କର୍ମର ଉଦ୍ଧାରକର୍ତ୍ତା, ଦେବଶ୍ୟଃ:ପ୍ରଭୁ, ଧିମହି: ଧ୍ୟାନ, ଧିୟୋ: ବୁଦ୍ଧି, ୟୋ:ଯିଏ, ନ:ମୋର, ପ୍ରଚୋଦୟାତ୍‌: ମୋତେ ଶକ୍ତି ଦିଅନ୍ତୁ।

କେତେକ ଏହି ମନ୍ତ୍ରକୁ ସାବିତ୍ରୀ ମନ୍ତ୍ର ନାମରେ ମଧ୍ୟ ଜାଣନ୍ତି। ଋକ୍‌ ବେଦର ଏହା ଏକ ବହୁ ଶକ୍ତିଶାଳୀ ମନ୍ତ୍ର। ମନ୍ତ୍ରଟିକୁ ସୂର୍ଯ୍ୟଙ୍କ ଉଦେଶ୍ୟରେ ବୋଲାଯାଏ। ଆପଣ ପ୍ରତିଦିନ ଗାଧୋଇ ସାରିବା ପରେ ଥରୁଟିଏ ଖାଲି ଏହି ମନ୍ତ୍ରକୁ ଗାନ କରି ଦେଖନ୍ତୁ ଦିନକୁ ଦିନ ଆପଣଙ୍କ ଜୀବନ ଶୃଙ୍ଖଳିତ ହୋଇଯିବ। ଉଭୟ ଶରୀର ଓ ମନ ସ୍ଥିର ହେବାକୁ ଲାଗିବ।

ସମ୍ବନ୍ଧିତ ଖବର