ମହିଳାମାନେ ସବୁବେଳେ ପୁରୁଷଙ୍କ ଜୀବନର ଏକ ବିଶେଷ ଭୂମିକା ଗ୍ରହଣ କରନ୍ତି। ସେ ମାଆ ହଅନ୍ତୁ, ଭଗ୍ନୀ ଅୁହନ୍ତୁ, ଜାୟା ହୁଅନ୍ତୁ କି ପ୍ରେମିକା। ପୁରୁଷମାନେ ବିଳମ୍ବରେ ଚିନ୍ତାଶୀଳ ହୋଇଥାନ୍ତି। ସେଥିପାଇଁ ମାନସିକ ଭାବେ ପୁରୁଷଙ୍କୁ ସବୁବେଳେ କୌଣସି ନା କୌଣସି ନାରୀ ସଂପର୍କରେ ସାହାରା ନେବାକୁ ପଡ଼ିଥାଏ। ସେଥିପାଇଁ କୁହାଯାଏ ଯେ ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଣକ୍ୟଙ୍କ ନୀତି ଅନୁସାରେ କେତେକ ସମୟରେ ନାରୀ ପୁରୁଷଙ୍କ ଜୀବନରେ ବିଷ ପାଲଟିଥାନ୍ତି। ଆସନ୍ତୁ ଜାଣିବା ତାହା କେଉଁ ସମୟ। ସେ ସମୟରେ ପୁରୁଷ ସତର୍କତା ଅବଲମ୍ବନ କରିବା ଉଚିତ।
/sambad/media/post_attachments/wp-content/uploads/2018/02/655e00578c5ea873fb86269ee2123271_1479205054-300x120.jpg)
ଚାଣକ୍ୟଙ୍କ କହିବା ମୁତାବକ, ‘ବୃଦ୍ଧସ୍ୟ ତରୁଣୀ ବିଷମ।’ ଅର୍ଥାତ ଜଣେ ବୃଦ୍ଧ ବ୍ୟକ୍ତି ଯଦି କାମୁକତାର ଶିକାର ହୋଇ କୌଣସି ତରୁଣୀ ପ୍ରତି ଆକୃଷ୍ଟ ହୁଅନ୍ତି ବା ତାଙ୍କୁ ବିବାହ କରନ୍ତି ତାହା ବିଷ ସଦୃଶ ହୋଇଥାଏ। ବିବାହ ହେଉଛି ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ସେପରି ଏକ ନିଷ୍ପତ୍ତି ବହୁ ଭାବି ଚିନ୍ତି ନିଆଯାଏ। ପୁରୁଷମାନେ ମନେ ରଖନ୍ତୁ କି ନିଜଠାରୁ ଖୁବ୍ କମବୟସ୍କା କୌଣସି ଯୁବତୀଙ୍କୁ ଆଦୌ ବିବାହ କରନ୍ତୁ ନାହିଁ। ଏପରି ପରିସ୍ଥିତିରେ ବୈବାହିକ ଜୀବନ ତିଷ୍ଠି ରହିପାରେ ନାହିଁ। ବୟସର ତାରତମ୍ୟ ରହିଲେ ସବୁ କ୍ଷେତ୍ରରେ ପତି ନିଜ ସ୍ୱଳ୍ପ ବୟସ୍କା ପତ୍ନୀଙ୍କର ସମସ୍ତ ଦାବି ପୂରା କରିପାରନ୍ତି ନାହିଁ। ଫଳରେ ମହିଳା ଜଣକ ପରବର୍ତ୍ତୀ ମୁହୂର୍ତ୍ତରେ ନିଜ ବୟସର କୌଣସି ଯୁବକଙ୍କ ଆଡ଼କୁ ଆକୃଷ୍ଟ ହୁଅନ୍ତି। ଶେଷରେ ସେ ନିଜ ପତିଙ୍କୁ ପରିତ୍ୟାଗ କରିଥାନ୍ତିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/9ce247eb31ddec245b135326ac46c34c_1479204984.jpg)