ମାତ୍ର ୧୦ଟଙ୍କା ଖର୍ଚ୍ଚ କରି ବିନା ଜିମ୍‌ ଓ ଡାଇଟିଂରେ ହ୍ରାସ କରନ୍ତୁ ଓଜନ

ଆଜିକାଲି ଓଜନ ହ୍ରାସ କରିବାର ନିଶା ସମସ୍ତଙ୍କୁ ଘାରିଛି। କେହି କେହି ଓଜନ ହ୍ରାସ ପାଇଁ ଜିମ୍‌ ଜଏନ୍‌ କରୁଛନ୍ତି ତ ଆଉ କେହି ଯୋଗ ଓ ବ୍ୟାୟାମ ଉପରେ ହଜାରହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କିଛି ବି ସଫଳ ପାଇ ପାରୁ ନାହାନ୍ତି ବୋଲି ଅନେକ ଲୋକ କହୁଛନ୍ତି। ଏପରି କ୍ଷେତ୍ରରେ ଆପଣ ଜିମ୍‌ କିମ୍ବା ଡାଇଟିଂ ନକରି ମାତ୍ର ୧୦ଟଙ୍କା ଖର୍ଚ୍ଚ କରି ଖୁବ୍‌ ସହଜ ଉପାୟରେ ଓଜନ ହ୍ରାସ କରିପାରିବେ।

ଓଜନ ହ୍ରସ ପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡ଼ିବ। ପ୍ରତିଦିନ ୧୦ଟଙ୍କା ଖର୍ଚ୍ଚ କରନ୍ତୁ, ଖୁବ୍‌ ଅଳ୍ପ ଦିନରେ ଏହାର ଫାଇଦା ଜାଣି ପାରିବେ। ଆମେ ଯେଉଁ ଉପାୟ କଥା କହିବାକୁ ଯାଉଛି ତାହାର ବେଶି ଫାଇଦା ଜୁନ୍‌ ଓ ଜୁଲାଇ ମାସରେ ଉଠାଇ ପାରିବେ। ଏହି ଉପାୟ ଆପଣାଇବା ପୂର୍ବରୁ ଏକ ସର୍ତ୍ତ ରହିଛି। ଏହି ସର୍ତ୍ତଟି ହେଉଛି ଆପଣଙ୍କୁ ଏହି ଉପାୟ ଆପଣାଇବା ସହିତ ସବୁଦିନ କିଛି ଓ୍ଵାର୍କଆଉଟ୍‌ କରିବାକୁ ପଡ଼ିବ।

ଓଜନ ହ୍ରାସ କରିବା ପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ ଗ୍ଲାସ୍‌ ଆଖୁରସ ପିଇବାକୁ ପଡ଼ିବ। ଆଖୁ ରସ ନିୟମିତ ପିଇଲେ ଶରୀରରୁ ଚର୍ବି ଆପଣାଛାଏଁ ମିଳାଇଯିବ। ଆଖୁ ରସ ଆମ ଶରୀରରେ ବ୍ଲଡ୍‌ କୋଲେଷ୍ଟରଲ ସ୍ତରକୁ କମ୍‌ କରିଥାଏ। ଏତଦ୍‌ ବ୍ୟତୀତ ଏଥିରେ ପ୍ରଚୁର ମାତ୍ରାରେ ସାଲ୍ୟୁବଲ ଫାଇବର ରହିଥାଏ। ଏହି କାରଣରୁ ପେଟ ସହଜର ସଫା ହୋଇଥାଏ ଓ ଶରୀରରେ ଚର୍ବି ଜମା ହୋଇ ନଥାଏ।

ଆଖୁ ରସର ସେବନ ସେତେବେଳେ ଯାଇ ଲାଭଦାୟକ ହେବ ଯେତେବେଳେ ଏହାକୁ ଠିକ୍‌ ସମୟରେ ପିଇବେ। ଜଳଖିଆ ଖାଇବା ପରେ କିମ୍ବା ଦିନ ଗୋଟାଏ ପୂର୍ବରୁ ଆଖୁରସ ପିଅନ୍ତୁ। ଏହି ସମୟରେ ଆମର ମେଟାବଲିଜିମ୍‌ ସ୍ତର ସବୁଠାରୁ ଅଧିକ ରହିଥାଏ। ସନ୍ଧ୍ୟାରେ ଆଖୁ ରସକୁ ଆଦୌ ପିଅନ୍ତୁ ନାହିଁ।

ସମ୍ବନ୍ଧିତ ଖବର